ଭୁବନେଶ୍ୱର, ୨୪/୦୪: ପାରସ୍ପରିକ ସହଭାଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇଟି ସର୍ଭିସେସ୍ ଓ ସଲ୍ୟୁସନ୍ସ କ୍ଷେତ୍ରରେ କାର୍ଯ୍ୟରତ ଥିବା କମ୍ପାନୀ ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଏହି ବୁଝାମଣାଟି ସୋଆର ପ୍ରୋ- ଭାଇସ୍ ଚାନ୍ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂର ସଭାପତି ଶ୍ରୀ ଏସ୍. ରାମପ୍ରସାଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।
ବୁଝାମଣା ଅନୁଯାୟୀ ସୋଆ ଛାତ୍ରଛାତ୍ରୀମାନଙ୍କର ଶିଳ୍ପ ଭିତିକ ପ୍ରଶିକ୍ଷଣ ତଥା ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂର ଗ୍ରୁପ୍ କମ୍ପାନୀଗୁଡ଼ିକୁ ସୋଆର ଛାତ୍ରଛାତ୍ରୀମାନେ ପରିଦର୍ଶନ କରିବା ନିମନ୍ତେ କମ୍ପାନୀ ବ୍ୟବସ୍ଥା କରିବ । ସେହିପରି ବୈଷୟିକ ଜ୍ଞାନ କୌଶଳ ଏବଂ ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅଧିକ ଜ୍ଞାନ ପ୍ରଦାନ ନିମନ୍ତେ ୟୁଏସଟି ପ୍ରଡକ୍ଟ ଇଞ୍ଜିନିୟରିଂ ବକ୍ତୃତା ଆୟୋଜନ କରିବେ ।
ଏହି ଅବସରରେ ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍ନାଲ୍ ଡିନ୍ ଏକାଡେମିକ୍ସ ପ୍ରଫେସର ଡି.ଏନ୍ ଥାଟୋଇ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍ଇ) ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ସିଏସ୍ଆଇଟି) ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ, ଡାଟା ସାଇନ୍ସ ବିଭାଗର କୋଅର୍ଡିନେଟର୍ ପ୍ରଫେସର ମନୋରଞ୍ଜନ ପାଢ଼ି ଏବଂ ପ୍ଲେସ୍ମେଂଟ ବିଭାଗର ଆଡିସ୍ନାଲ୍ ଡିନ୍ ପ୍ରଫେସର ଆର୍.କେ. ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.