ଅକ୍ଟୋବର ୫ରେ ଦିବ୍ୟାଙ୍ଗ ଭୋଟରଙ୍କ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ଭୁବନେଶ୍ୱର:  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ନାଗରିକ ଯେଉଁମାନଙ୍କ ନାମ ଭୋଟର ତାଲିକାଭୁକ୍ତ ହୋଇନାହିଁ, ସେମାନଙ୍କ ନାମ ପଞ୍ଜୀକୃତ କରିବା ପାଇଁ ଆସନ୍ତା ଅକ୍ଟୋବର  ୫ ତାରିଖରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସେମାନଙ୍କୁ ତାଲିକାଭୁକ୍ତ କରାଯିବ ବୋଲି ରାଜ୍ୟସ୍ତରୀୟ ଷ୍ଟିୟରିଙ୍ଗ୍ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତିା

ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟିୟରିଙ୍ଗ୍ କମିଟିରେ ଅଧ୍ୟକ୍ଷତା କରି ଶ୍ରୀ ସୁରେନ୍ଦ୍ର କୁମାର କହିଲେ ଯେ ଏ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ଖବରକାଗଜ, ଟେଲିଭିଜନ୍ ଓ ରେଡ଼ିଓରେ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାଯିବା ଏହି ପ୍ରକ୍ରିୟାରୁ କୌଣସି ଦିବ୍ୟାଙ୍ଗ ଭୋଟର ଯେପରି ବାଦ ନପଡ଼ନ୍ତି ତା’ଉପରେ ଗୁରୁତ୍ୱ ଦେବା ପାଇଁ ସେ କହିଥିଲୋ ଏତଦ୍ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ଷ୍ଟିୟରିଙ୍ଗ୍ କମିଟି ଗଠନ କରିବା ସହ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ନାମ ପଞ୍ଜୀକୃତ କରାଇବା ନିମନ୍ତେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତିା

ନିର୍ବାଚନ ସମୟରେ ପ୍ରତି ବୁଥରେ  ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସୁଗମ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଯଥା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରା଼ମ୍ପ , ଗାଡ଼ି ପାର୍କିଂର ସୁବିଧା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ କୁମାର ପ୍ରକାଶ କରିଛନ୍ତିା

ପ୍ରକାଶ ଥାଉ କି, ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ ମତଦାନ ନିମନ୍ତେ ରାଜ୍ୟସ୍ତରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଷ୍ଟିୟରିଙ୍ଗ୍ କମିଟି ଗଠନ କରାଯାଇଛିା ଏଥିରେ ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାମାନେ ସଦସ୍ୟ ରହିଛନ୍ତିା

ଏହି ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର୍ ଆୟାର, ଉଚ୍ଚ ଶିକ୍ଷା ବିଭାଗର ଉପଶାସନ ସଚିବ ରଞ୍ଜିତା ରଥ, ଓପେପାର ଡ. କାର୍ତ୍ତିକ ଚନ୍ଦ୍ର ମିଶ୍ର, ନିର୍ମାଣ ସୌଧର ମୁଖ୍ୟଯନ୍ତ୍ରୀ, ସ୍ୱାଭିମାନର ମୁଖ୍ୟ ନିର୍ବାହୀ ସୁଶ୍ରୀ ଶ୍ରୁତି   ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ |

Leave A Reply

Your email address will not be published.