ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ଅପ୍ରେଲ ୧୧ ପୂର୍ବାହ୍ନ ୧୨ ବେଳେ ଓଡ଼ଗାଁ ସାମ୍ବାଦିକ ସଂଘ ଓ ବ୍ଲକ ପ୍ରଶାସନ ମିଳିତ ଭାବେ ବ୍ଲକ ସଭାଗୃହରେ ବିଶ୍ୱ ଛେନାପୋଡ଼ ଦିବସ ପାଳିନ କରିଥିଲେ ।ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ନିମନ୍ତେ ଆଜିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ସନ୍ତୋଷ କୁମାର ଜେନା, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ଯୁବନେତା ବିଭୁପ୍ରସାଦ ସାହୁ, ଓଡ଼ଗାଁ ସାମ୍ବାଦିକସଂଘ ସଭାପତି ଅଶୋକ ମହାପାତ୍ର, ଉପସଭାପତି ଆଦର୍ଶ ପଟ୍ଟନାୟକ, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଭ୍ୟ ସୁନୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତରହି ନୟାଗଡ଼ ମାଟିରୁ ଜନ୍ମନେଇଥିବା ମିଠା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏହାରସ୍ୱାଦ ପ୍ରତ୍ୟେକ ବ୍ୟକ୍ତିକୁ ଆକର୍ଷିତ କରିଥିବାବେଳେ ନୟାଗଡ଼ିଆଙ୍କ ପାଇଁ ଏହାଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ କରିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ଗତବର୍ଷ ପ୍ରଥମକରି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଇଥିବା ବେଳେ ଚଳିତବର୍ଷ ଛେନାପୋଡ଼ ଦିବସ ପାଳନ ଅଧିକ ଲୋକାଭିମୁଖୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ପରିଶେଷରେ ସୁସ୍ୱାଦୁ ଛେନାପୋଡ଼କୁ କାଟି ପରସ୍ପର ମଧ୍ୟରେ ବାଣ୍ଟିବା ସହିତ ଉପସ୍ଥିତଥିବା ଅଙ୍ଗନବାଡି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। ଠିକ୍ ସେହିପରି ଓଡ଼ଗାଁ ଆଦର୍ଶ ଥାନା, ବିଜ୍ଞାପିତ ଅଞ୍ଚଳ ପରିଷଦ, ତହସିଲ କାର୍ଯ୍ୟାଳୟ, ସବରେଜିଷ୍ଟର ଅଫିସ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଏହି ଦିବସ ପାଳିତ ହୋଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଜନଜାତି ବର୍ଗର ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା
Next Post