ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ

0

ବରଗଡ:- ପଦ୍ମପୁର ଉପ ଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଦୀର୍ଘଦିନ ସାମ୍ବାଦିକମାନେ ଏକତ୍ରୀତ ହୋଇ ପାରି ନ ଥିଲେ।ପାଇକମାଳ ସାମ୍ବାଦିକମାନଙ୍କ ଆୟୋଜନ କ୍ରମେ ପୂର୍ବତନ ସଭାପତି ଲାଲ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୃସିଂହନାଥ ପ୍ରଭୁଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ପରେ ଅତିଥିବୃନ୍ଦ, ସାମ୍ବାଦିକମାନେ ଦିବଂଗତ ସାମ୍ବାଦିକ ବିଜୟ ଦାଶ, ଡମ୍ବରୁଧର ରଣା ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଉପଖଣ୍ତର ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ ଭବନ ନିର୍ମାଣ, କର୍ମକର୍ତ୍ତା ଚୟନ ଓ ସଙ୍ଗଠନର ସୁଦୃଢକରଣ ସଂପର୍କରେ ଆଲୋଚନା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥିଲା ।

ସର୍ବସମ୍ମତି କ୍ରମେ ସଭାପତି ଭାବେ ବଡ ଶତପଥି ଉପ ସଭାପତି ସତ୍ୟଜିତ ପ୍ରଧାନ, ସମ୍ପାଦକ ରମେଶ ବାରିକ, ସହ ସମ୍ପାଦକ ଗୌରାଙ୍ଗ ଚରଣ ଦାସ, କୋଷାଧ୍ୟକ୍ଷ ସୁରଥ କୁମାର ସାହୁ ମନୋନିତ ହୋଇଥିଲେ । ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ବିଷ୍ଣୁ ପ୍ରସାଦ ବାଜପେୟୀ ,କ୍ଷମାନିଧି ନାୟଙ୍କୁ ରଖା ଯାଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଅଶ୍ବିନୀ ପାତ୍ର (ସୋହେଲା),ଦେବେନ୍ଦ୍ର ସାହୁ( ଝାରବନ୍ଧ), ଝସକେତନ ସାହୁ(ଗାଇସିଲେଟ), ମନୋଜ ଭୋଇ( ମେଲଛାମୁଣ୍ତା),ରତ୍ନମଣି ଶତପଥି,ପ୍ରଦୀପ୍ତ ଦାଶ (ପଦ୍ମପୁର ),ଜିତେନ୍ଦ୍ର ମେହେର (ବିଜେପୁର),ଧିରେନ୍ଦ୍ର ମହାନ୍ତି (ପାଇକମାଳ) ମନୋନୀତ ହୋଇଛନ୍ତି । ନୁତନ କର୍ମକର୍ତ୍ତାଙ୍କୁ ସଂଘର ସଦସ୍ୟମାନେ ସ୍ବାଗତ କରିଥିଲେ । ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସଦସ୍ୟ ପ୍ରଭୁ ନୃସିଂହ ଠାକୁର ଦର୍ଶନ କରି ଅଂଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ ।

Leave A Reply

Your email address will not be published.