ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଆୟୋଜିତ

0

ନୟାଗଡ଼,୯/୪: ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି । ପ୍ରଥମ ରକ୍ତଦାତା ଭାବେ ସାମ୍ବାଦିକ ବିଭୁତି ଭୁଷଣ ସ୍ବାଇଁ,ଲକ୍ଷ୍ମୀଧର ସାହୁ ଏବଂ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ରକ୍ତଦାନ କରିଛନ୍ତି । ଏହି ଅବସରରେ ଅତିଥିମାନେ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡ.ଅଜୟ କୁମାର ବାହିନପତି ଓ ଆୟୁଷ ଡାକ୍ତର ସଞ୍ଜୟ କୁମାର ଦାସ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରୁଛନ୍ତି । ନୟାଗଡ଼ ବ୍ଲଡବ୍ୟାଙ୍କ କାଉନସିଲର ଅଜୟ କୁମାର ପଟ୍ଟନାୟକ, ଟେକ୍ନିସିଆନ ସରୋଜ କୁମାର ସାହୁ, ଅଭିମନ୍ୟୁ ସାହୁ, ସନାତନ ସୁନ୍ଦରାୟ ଓ ମାନଓ ବେହେରା ପ୍ରମୁଖ ବ୍ଲଡ କ୍ୟାମ୍ପରେ ସହଯୋଗ କରୁଛନ୍ତି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୁଷଣ ମହାପାତ୍ର, ବାଘୁଆବାର୍ତ୍ତା ସମ୍ପାଦକ ସଞ୍ଜୟ କୁମାର ସ୍ଵାଇଁ, ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରମୋଦ ପଟ୍ଟନାୟକ, ଧୀରେନ୍ଦ୍ର ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ବିଭୁତି ଭୁଷଣ ସ୍ବାଇଁ, ବିଶ୍ବଜିତ ନାୟକ, ରାମକୃଷ୍ଣ ରଥ, ବିମଳ ପଟ୍ଟନାୟକ ତଥା ରୋଟାରିଆନ ଆରିଫ ଖାଁ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.