ଭୁବନେଶ୍ୱର, ଏପ୍ରିଲ୍ ୮: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗରର ସଭାପତି ରୋଟାରିଆନ୍ ଲେଫ୍ଟନାଂଟ କର୍ନେଲ ଏସ୍. ଜଗନ୍ନାଥ ରାଓ, ସମ୍ପାଦକ ରୋଟାରିଆନ୍ ଦିଲୀପ କୁମାର ଜେନା, ପିଡିଜି ଶିବବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ଏପ୍ରିଲ୍ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧିମାନେ ଭୁବନେଶ୍ୱରରେ ଆୟୋଜତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଭାଗୀଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥି ନିମନ୍ତେ ସୋଆକୁ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଥିବା ବେଳେ ବଲାଙ୍ଗୀର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଶନିବାର ମଧ୍ୟ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post