ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍‍ଯାପିତ, ଅଟଳ ଟିକେରିଂ ଲେବ ଉଦ୍ଘାଟିତ 

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପକ୍ଷରୁ ତିନିଦିନ ବ୍ୟାପି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଜି ଉଦ୍‍ଯାପିତ ହୋଇଯାଇଛି । ରାଜସୀତାପୁର ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ନୁଆ ଅଡିଟୋରିଅମ  ହଲ ଠାରେ ଏହି ବିଜ୍ଞାନ ମେଳା ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସହାୟତାରେ  ଗ୍ରୀନ ଏନର୍ଜି  ଏବଂ ଗିଓସ ପାଟିଏଲ ବୈଷୟିକ ସଂସ୍ଥାର ସହଯୋଗରେ ସଂପାଦନ ହୋଇଥିଲା । ଉଦ୍‍ଘାଟନ ଉତ୍ସବ କାର୍ଯ୍ୟକ୍ରମରେ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଏନ. କାଲାପୁର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମୁଲ୍ୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ସେମାନଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ ମନୋଭାବର ଚାହିଦା ଯଥେଷ୍ଟ ପରିମାଣରେ ରହିଛି । ତେଣୁ ସାମ୍ପ୍ରତିକ ସ୍ଥିତିରେ ଛାତ୍ରଛାତ୍ରୀମାନେ ନୂତନ ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି କରାଯିବା ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ଅଟଳ ଟିକେରିଂ ଲେବ ଯାହାକି ଭାରତସରକାରଙ୍କ ନିତି ଆୟୋଗ ପକ୍ଷରୁ ପ୍ରାୟୋଜିତ  ତାର ଉଦ୍‍ଘାଟନ କରିଥିଲେ । ଶ୍ରୀ ଦାସ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ ସହ ଅଟଳ ଟିକେରିଂ ଲେବ ର ଶୁଭ ଉଦ୍‍ଘାଟନ କରି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ଉପରେ କଣ କାହିଁକି କିପରି ଓ ତାର ଉପକାରୀତା ଉପରେ ପଚାରି ବୁଝିଥିଲେ । ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଅଟଳ ଟିକେରିଂ ଲେବ ମାଧ୍ୟମରେ ସ୍କୁଲର ଆଖପାଖରେ ଥିବା  ୩୬ଗୋଟି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଭିତ୍ତିକ ବୈଜ୍ଞାନିକ ଜ୍ଞାନ କୌଶଳ ଉପରେ ବିଶେଷ ଉପକୃତ ହୋଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ଆଇଜିଇଟି ଅଧ୍ୟକ୍ଷ ବି.ସାହୁ ଏବଂ କେଉଁଝର କଲେଜ ଅଧ୍ୟକ୍ଷ ସି.ଡି ପାଣିଙ୍କ ସମେତ ବିଦ୍ୟାଳୟର ଡେପୁଟି ରେଜିଷ୍ଟର ଦୁର୍ଗାପ୍ରସାଦ ପାଢୀ ପ୍ରୋ: ଉପାଧ୍ୟକ୍ଷ ପ୍ରଫେସର ଅନୁରାଗ ପ୍ରମୁଖ ମଞ୍ଚାସୀନ କରିଥିଲେ । ଶତାଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କମଧ୍ୟରେ ବିଜ୍ଞାନ ଭିତ୍ତିକ ଚିତ୍ରାଙ୍କନ,କୁଇଜ୍‍ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.