ସୁନ୍ଦରଗଡ଼ ଠାରେ ଗୁଣି ଗାରେଡ଼ି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

0

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା):-ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେଗୁଣି ଗାରେଡ଼ି ସନ୍ଦେହରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |

କର୍ମଶାଳା ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ଚକ୍ର କାର୍ମଶାଳା ଆୟୋଜନ ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ I କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସଚେତନତା ଦ୍ଵାରା ହିଁ ସମାଜ ରୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ଦୂର ହୋଇପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ I ତେଣୁ ସମାଜ ରୁ କୁସଂସ୍କାର ଦୂର କରିବା ନିମନ୍ତେ ସମସ୍ତ ନାଗରିକ ଏକତ୍ରିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ I
କର୍ମଶାଳା ରେ ଶିଶୁ କଲ୍ୟାଣ କମିଟି (ସି. ଡବ୍ଲୁ . ସି. ) ର ସଦସ୍ୟା ଶ୍ରୀମତୀ ଶୁଭଶ୍ରୀ ରାୟ ଯୋଗ ଦେଇ ସମାଜ ରେ ଡାହାଣୀ ତଥା ଗୁଣି ଗାରେଡ଼ି ର ସଂଜ୍ଞା ସର୍ମ୍ପକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଜଣଙ୍କର ସମ୍ମାନହାନି, ଅସହିଷ୍ଣୁତା, ଚରିତ୍ର ସଂହାର ଆଦି ମାଧ୍ୟମ ରେ ତାହାଙ୍କୁ ମାନସିକ ନିର୍ଯାତନା ଦିଆଯାଏ ଓ ସମାଜ ରେ ବାସନ୍ଧ କରାଯାଇଥାଏ I
ବେଳେବେଳେ ଗୁଣି ଗାରେଡ଼ି ସନ୍ଦେହ ରେ ଅତି ଅମାନୁଷିକ ଭାବେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥାଏ I ସମାଜରୁ ଗୁଣି ଗାରେଡ଼ି ଭଳି କୁସଂସ୍କାର ବିରୋଧରେ ପ୍ରତ୍ୟେକ ବ୍ୟକ୍ତି ସ୍ଵର ଉତ୍ତୋଳନ କରିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ବ୍ୟକ୍ତ କରିଥିଲେ I
ଅନ୍ୟତମ ଅତିଥି ଶ୍ରୀ ପ୍ରଭାତ ବିଶ୍ଵାଳ, ଡି. ଏସ୍. ପି. ଗୁଣି ଗାରେଡ଼ି ସମ୍ପକିର୍ତ ଦେଶ ରେ ପ୍ରଣୟନ କରାଯାଇଥିବା ଆଇନ୍ ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ରାଜ୍ଯରେ ଗୁଣି ଗାରେଡ଼ି ସମ୍ପକିର୍ତ ହୋଇଥିବା ବିଭିନ୍ନ କେଶ ଷ୍ଟଡି ଗୁଡ଼ିକ ଉପରେ ଆଲୋଚନା କରିଥିଲେ I
କର୍ମଶାଳା କୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେସ୍ଵରି ପଟେଲ ପରିଚାଳନା କରିଥିଲେ I ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ
ସି. ଡି. ପି. ଓ,
ସୁପରଭାଇଜର , ଅଙ୍ଗନବାଡି କର୍ମୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ଗୁଣି ଗାରେଡ଼ି ବିଷୟରେ ନିଜ ନିଜର ଅଭିଜ୍ଞତା ଉପରେ ଆଲୋଚନା କରିଥିଲେ I

Leave A Reply

Your email address will not be published.