ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ଯାଣ ସମିତିର ବୈଠକ ବିଧାୟିକା ବର୍ଷା ସିଂ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି l
ଉକ୍ତ ବୈଠକରେ ରାଜବୋଡ଼ାସମ୍ବର ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଡା. ଲୋକପାଲ ଭୋଇ , ଡା. ଦେବାଶିଷ ରଥ ଯୋଗଦେଇ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ମାନର ରୋଗୀସେବା ଯୋଗାଇବାକୁ ବିଧାୟିକା ପରାମର୍ଶ ଦେଇଥିଲେ l
ଡା. ଆଦିତ୍ୟ ଭୋଇ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶିବପ୍ରସାଦ ବେହେରା ଧନ୍ୟବାଦ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜନକ ବେହେରା, ପ୍ରୀତମ ସରଣ ତ୍ରିପାଠୀ, ମୃତ୍ୟୁଞ୍ଜୟ ସେଠି ଓ ସ୍ଵସ୍ଥ୍ଯ କେନ୍ଦ୍ରର ସବୁ କର୍ମଚାରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post