ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ନିମନ୍ତେ ବକ୍ତୃତା ପ୍ରତିଯୋଗିତା

0

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ-୨୦୨୩ ଉପଲକ୍ଷେ ଆୟୋଜିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ବିଭାଗୀୟ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ଏହି ପ୍ରତିଯୋଗିତାରେ ୨୮ଟି ଜିଲ୍ଲାରୁ ଆସିଥିବା କୃତୀ ପ୍ରତିଯୋଗୀମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତ୍ତରର ଦଶମ ଶ୍ରେଣୀ ଛାତ୍ରୀ ପ୍ରତ୍ୟାଶା ଶତପଥୀ ପ୍ରଥମ, ସୋନପୁର ଜିଲ୍ଲାର ପି.ଏସ୍. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁରର ଦଶମ ଶ୍ରେଣୀ ଛାତ୍ରୀ ବିଶ୍ୱରୂପା ସାହୁ ଦ୍ୱିତୀୟ ଓ ଖୋର୍ଦ୍ଧା ଜିଲ୍ଲାର ନୀଳକଣ୍ଠ  ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାବାଡ଼, ବେଗୁନିଆର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଘଡେ଼ଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତିା ଆସନ୍ତାକାଲି ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଓଡ଼ିଶା ଦିବସ ସମାରୋହରେ ଏହି ତିନି ଜଣ କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯିବା
ଏହି ପ୍ରତିଯୋଗିତାରେ ବିଶିଷ୍ଟ ସାହିତ୍ୟିକ ଡ. ଅସିତ ମହାନ୍ତି, ପ୍ରଫେସର ଜତୀନ୍ଦ୍ର ନାୟକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ବିଚାରକ ଭାବେ ଯୋଗଦାନ କରିଥିଲୋ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କ ପରିଚାଳନାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାା

Leave A Reply

Your email address will not be published.