ଜେଏସଡବ୍ଲ୍ୟୁ କମ୍ପାନୀର ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ

0

ପାରାଦୀପ -ଜେଏସଡବ୍ଲ୍ୟୁ କମ୍ପାନୀର ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ଆଜି ୧୯ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ପୌରାଞ୍ଚଳ ଅନ୍ତର୍ଗତ ବାଲିଝରା ସ୍ଥିତ ସନ୍ତୋଷୀ ଜରାଶ୍ରମର ସମସ୍ତ ଅନ୍ତେବାସୀଙ୍କ ପାଇଁ ଆଜି ଗୋଟିଏ ଦିନପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।ଏଥିସହିତ ବିଜୟ ଜନ୍ଦ୍ରପୁର ଠାରେ ଥିବା ମା ଶାରଳା ଗୋ-ସେବା ଆଶ୍ରମରେ ରହୁଥିବା ଗୋମାତାଙ୍କ ପାଇଁ ଗୋଟିଏ ଦିନର ସମସ୍ତ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଥିଲା। ଯାହାକୁ ନେଇ ଉଭୟ ଆଶ୍ରମର ପରିଚାଳକ ଖୁସି ପ୍ରକାଶ କରିଥିଲେ।
ଏହି ଅବସରରେ ସ୍ଥାନୀୟ ମଧୁବନସ୍ଥିତ ଜଟାଧାର ଭବନ କାର୍ଯ୍ୟାଳୟ ପରିସରରେ ଏକ ସ୍ମୂତିସଭାର ଆୟୋଜନ କରାଯାଇଥିଲା।ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ଓପି ଜିନ୍ଦଲଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ସେହି ଅମର ଆତ୍ମା ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଏଥିସହିତ ଜେଏସଡବ୍ଲ୍ୟୁ କମ୍ପାନୀର ଖଣିଅଞ୍ଚଳ ଓ ଭୂବନେଶ୍ବର କାର୍ଯ୍ୟାଳୟ ପରିସରରେ ମଧ୍ୟ ସ୍ବର୍ଗତ ଓପି ଜିନ୍ଦଲଙ୍କ ଶ୍ରାଦ୍ଧଦିବସ ପାଳନ କରାଯିବା ସହିତ ଫଟୋ ଚିତ୍ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାବ୍ୟତୀତ ଜେଏସଡବ୍ଲ୍ୟୁ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ଜିନ୍ଦଲଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି।ଆଜିର ଏହି ସ୍ମୃତିସଭାରେ ଜେଏସଡବ୍ଲ୍ୟୁ କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.