ମେଲଛାମୁଣ୍ଡା,୩୦/୩(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଣ୍ଡକିପାଲି ଗ୍ରାମରେ ଗ୍ରାମ କମିଟି ଦ୍ୱାରା ନବ ନିର୍ମିତ ଭଗବତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ଦଧିବାବନ ମିଶ୍ର, ଅଶୋକ ଷଢଙ୍ଗୀ, ଶଶିଭୂଷଣ ମିଶ୍ର, ହିଂମାଶୁ ପଣ୍ଡା ପ୍ରମୁଖ ପ୍ରମୁଖ ପଣ୍ଡିତଙ୍କ ମନ୍ତ୍ରଚାରଣରେ ଗ୍ରାମର ବଡ ବନ୍ଧରୁ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରରେ ଅଂଚଳର ମହିଳାମାନେ ଗ୍ରାମ ପରିକ୍ରମାକରି ମଣ୍ଡପରେ ୨୫୧ କଳସ ସ୍ଥାପନ କରିଥିଲେ । ଶୋଭାଯାତ୍ରାରେ ଅଂଚଳର ବିଭିନ୍ନ ସାଂସ୍କୃତିକ ଦଳ ସାମିଳ ହୋଇ ଶୋଭାଯାତ୍ରାର ଶୋଭା ବର୍ଦ୍ଧନ କରିଥିଲେ । ପଣ୍ଡକିପାଲି ଗ୍ରାମର ସପତ୍ନୀକ ପ୍ରମୋଦ ସାହୁ, ସପତ୍ନୀକ ସତ୍ୟ ସାହୁ, ସପତ୍ନୀକ ଝସକେତନ ସାହୁ, ସପତ୍ନୀକ ରାମଚନ୍ଦ୍ର ସାହୁ, ସପତ୍ନୀକ ମହାଦେବ ସାହୁ, ସପତ୍ନୀକ ଲକ୍ଷ୍ମିନାରାୟଣ ସାହୁ, ଜୟକୃଷ୍ଣ ସାହୁ ପ୍ରମୁଖ କର୍ତା ଦାୟୀତ୍ୱ ତୁଲାଉଛନ୍ତି । ଭକ୍ତ ମାନଙ୍କ ପାଇଁ କମିଟି ତରଫରୁ ଅନ୍ନ ଭୋଗର ବ୍ୟବସ୍ଥା ସହ ମନୋରଂଜନ ପାଇଁ ଆର୍ତତ୍ରାଣ ସୁନାନୀଙ୍କ ଦ୍ୱାରା କଂସ ଦରବାର, ପାରାୟଣ, ଅପେରା, ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି । କଂସ ଦରବାରକୁ ପଦ୍ମପୁର ଉପ ଜିଲ୍ଳାପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିଲେ । ଭୂପତୀ କାଲୋ, ସୁରେନ୍ଦ୍ର ପଣ୍ଡା, ସୁଦାମ ସାହୁ, ନିର୍ମଳ ଷଢଙ୍ଗୀ, ବାବାଜୀ ପଧାନ, କ୍ଷିରୋଦ୍ର ଭୋଇ, କାର୍ତିକ ସାହୁ, ଦୁଷ୍ମନ୍ତ ସାହୁ, ହୃଦମଣି ସାହୁ, ଲାଦୁରାମ ଖମାରୀ, ଛାୟାକାନ୍ତ ଖମାରୀ ପ୍ରମୁଖ ପୂଜା କମିଟି ସଦସ୍ୟଙ୍କ ପ୍ରତକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସବୁ ଚାଲିଛି ।
Sign in
Sign in
Recover your password.
A password will be e-mailed to you.
Next Post