ରାଜ୍ୟ ମସୱାରା ସଦଭାବନା ଉଦଯାପିତ

10

ପାରାଦୀପ  (ଉପେନ୍ଦ୍ର ଗୁରୁ)  

 

ପାରାଦୀପ  (ଉପେନ୍ଦ୍ର ଗୁରୁ)  ରାଜ୍ୟ ମସୱାରା ସଦଭାବନା ସମ୍ମିଳନୀ ସ୍ଥାନୀୟ କୋର ଏରିଆ ଜାମା ମସଜିଦ୍ ମୁନିସିପାଲଟି ପାଖ ପାରାଦୀପ ଠାରେ  ତା୧୪ରୁ ଆରମ୍ଭ ହୋଇ ତିନିଦିନ ଧରି  ଅନୁଷ୍ଠିତ  ହୋଇଥିବା  ମସୱାରା ଉଦଯାପିତ ହୋଇଯାଇଅଛି  । ଭାଇଚାରାର ସୁସମ୍ପର୍କ ଶାନ୍ତି ସମ୍ମିଳନୀ ମାଧ୍ୟମରେ ସାମ୍ପ୍ରଦାୟିକ ଶାନ୍ତି ବଜାୟ ରଖିବା ଉଦେଶ୍ୟରେ ଏହି ସମ୍ମିଳନୀକୁ ପାରାଦୀପ ଶାଖାର ସଭାପତି ଖଲିଦ୍ ଖାନ, ସମ୍ପାଦକ କସର ଅଲ୍ଲି, ସହ ସମ୍ପାଦକ ହାଜି ସୟଦ୍ ହିଫ୍ ଜୁଲ୍ ବାରୀ ଓ କୋଷାଧ୍ୟକ୍ଷ ଏସ୍.କେ ଆଲାମ ପୁର୍ଣ  ସହାୟତା ଓ ସହଯୋଗରେ ଅନୁଷ୍ଠିତ  ହୋଇଥିଲା । ଏହି ସମ୍ମିଳନୀ ପ୍ରତି ୪ମାସରେ ଓଡିଶାର ବିଭିନ୍ନ ଜାଗାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଓ ସ୍ଥାନ ଅନୁସାରେ ପ୍ରାୟ ୩୦ଟି ଜିଲ୍ଲାର ଭାଇ ମାନେ ଯୋଗଦେଇଥାନ୍ତି । ଆଜିର ଏହି ୩ଦିନ ସମ୍ମିଳନୀରେ ପ୍ରାୟ ୩ହଜାରରୁ ଉର୍ଦ୍ଧ ଭାଇମାନେ ଯୋଗ ଦେଇଥିବା ବେଳେ ଏହା ଶାନ୍ତି ଶୃଙ୍ଖଳା ସହିିତ ଉଦ୍ଯାପିତ  ହୋଇଯାଇଅଛି । ପରିଚାଳନା ଗତ ସହଯୋଗ ପାଇଁ  ସମସ୍ତ କର୍ମକର୍ତ୍ତା ଭାଇମାନେ ପାରାଦୀପ ପୌରସଂସ୍ଥା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ପାରାଦୀପ ମୁନିସିପାଲଟିକୁ ସାଧୁବାଦ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ ।  ଏଥିସହିତ ସମ୍ମିଳନୀରେ ଖାଲ୍ଲା ଫାଲ୍ଲାଉଦିନ୍, ରେହୁମା, ସାନିଫ୍, ୱାସିୱାଲା, ଏହତ୍ସାମ ଓ ବାବର ଅଲ୍ଲି ପ୍ରମୁଖ ପୁର୍ଣ୍ଣମାତ୍ରରେ ସମ୍ମିଳନୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |

Leave A Reply

Your email address will not be published.