ଜଗଦଲପୁର ହାଇସ୍କୁଲ କୁ ମିଳିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା l

0

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଚନ୍ଦ୍ରଶେଖର ହାଇସ୍କୁଲ କୁ ସରକାର ଉନ୍ନୀତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ଦେଇଛନ୍ତି l ଚଳିତ ବର୍ଷ 128 ଜଣ ଛାତ୍ର ଛାତ୍ରୀ ଙ୍କ ନାମ ଲେଖା ହେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶ୍ୱିନୀ ମିଶ୍ର ଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ପରିସର ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଏ ଡି ଇ ଓ ଛତ୍ରପତି ସାହୁ, ମୁଖ୍ୟ ଵକ୍ତା ଵୀ ଇ ଓ ଚୂଡ଼ାମଣୀ ବାରିକ, ସମ୍ମାନିତ ଅତିଥି ଭାବେ, ଏ ଵୀ ଇ ଓ ଜୟକୁମାର ସାହୁ,ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ଗୋପବନ୍ଧୁ ସାହୁ, ବିଶେଶ୍ୱର ପଟେଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଲକ ପ୍ରସାଦ ପଧାନ ପ୍ରମୁଖ ଯୋଗଦାନ କରିଥିଲେ l ଶିକ୍ଷକ ପୂର୍ଣ୍ଣlନନ୍ଦ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିଲେ l ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା l ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ନିଜ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ପର୍କ ରେ ସୂଚନା ଦେବାକୁ ସଭାରେ ନିବେଦନ କରାଯାଇଥିଲା l ଶିକ୍ଷକ ହରିସଚନ୍ଦ୍ର ପଟେଲ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.