ଓଡ଼ଗାଁ ବାର ଆସୋସିଏସନର କର୍ମକର୍ତ୍ତା ମନୋନୀତ

0

ଓଡ଼ଗାଁ,୨୫.୩(ଶ୍ରୀକାନ୍ତ କୁମାର ମିଶ୍ର): ଆଜି ସାରା ରାଜ୍ୟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ଗାଁ ବାର ଆସୋସିଏସନ୍ ର ସଭାପତି ରୂପେ ମହାଦେବ ବିଶ୍ବାଳ ମନୋନୀତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ, ସମ୍ପାଦକ ଭାବେ ପାଣୁଚରଣ ବେହେରା, ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ରାଧାକାନ୍ତ ମହାପାତ୍ର, ପାଠାଗାର ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ବିଭୁତି ରାଉତ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ପୂର୍ଣ୍ଣଚନ୍ଦ୍ର ଦୋରା, ନିରଞ୍ଜନ ମହାପାତ୍ର, ବିମଳେନ୍ଦୁ କୁମାର ନନ୍ଦ, ଦିବ୍ୟଜୀବନ ପାଣିଗ୍ରାହୀ, ଅମୂଲ୍ୟ ପ୍ରସାଦ ପ୍ରଧାନ, ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖ ମନୋନୀତ ହୋଇଥିଲେ। ସୂଚନା ଥାଉକି କୌଣସି ପଦବୀ ପାଇଁକି ପ୍ରତିଦ୍ବନ୍ଦିତା ହୋଇନଥିବା ବେଳେ ନିର୍ବାଚନ ଅଧିକାରୀ ୨୦୨୩/୨୪ ପାଇଁ ନୂତନ କମିଟିର ସଦସ୍ୟ ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

Leave A Reply

Your email address will not be published.