ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ପକ୍ଷ-୨୦୨୩ ପାଳନ

0

ଜଗତସିଂହପୁର,ତା-୨୩.୦୩.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଏବଂ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା l ଜାତୀୟ ୫ମ ପୋଷଣ ପକ୍ଷ-୨୦୨୩ ପାଳନ ପରିପ୍ରେକ୍ଷୀରେ ଏହି ଶୋଭାଯାତ୍ରା ଓ ସାଇକେଲ ରାଲିକୁ ଜିଲ୍ଲାପାଳ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ସାହୁ, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ଲୋଚନ ପୃଷ୍ଟି, ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଅଂଶୁଷା ସାହୁ, ଦିଲ୍ଲୀ ସଂଯୋଦିକା ତପସ୍ୱିନୀ ସାହୁ, ମିଶନ ଶକ୍ତି ସଂଯୋଦକ ଶ୍ରୀ ଅଭିକ ନାରାୟଣ, ମହିମା ନସିଂହ ବିଦ୍ୟାଳୟ ର ୫୦ଜଣ ଛାତ୍ର ଛାତ୍ରୀ ଏବଂ ୬୦ଜଣ ମହିଳା ସ୍ୱୟଂ ସହାୟକ ସଭ୍ୟା,୪୦ ଜଣ ବିଦ୍ୟାଳୟ ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ଦୁର୍ଗା ବଜାର,ଟାଉନ ହଲ, ମେଡିକାଲ ଛକ, ପୌର ପାଳିକା କାର୍ଯ୍ୟାଳୟ ଦେଇ ପୁନଶ୍ଚ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା l ଶ୍ରୀ ଅନ୍ନ (କ୍ଷୁଦ୍ର ଶସ୍ୟ ବାମିଲେଟ) କୁ ଖାଦ୍ୟ ରୂପେ ଗ୍ରହଣ କରି ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା କରାଯାଇ ପାରିବ ବୋଲି ଜନ ସାଧାରଣ ଙ୍କୁ ପ୍ଲା କାର୍ଡ ଏବଂ ସ୍ଲୋଗାନ ମାଧ୍ୟ୍ୟମରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ l ଏହି ପୋଷଣ ପକ୍ଷ ୧୫ ଦିନିଆ କାର୍ଯ୍ୟକ୍ରମ ଗତକାଲି ଶୁଭାରମ୍ଭ ହୋଇଅଛି l ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମିଲେଟ ମିଶନର ସ୍କିମ ଅଫିସର ଶ୍ରୀ ପ୍ରଭାସ ପଣ୍ଡା ଯୋଗ ଦେଇ ଶ୍ରୀ ଅନ୍ନ(କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ, ବଜ଼ାରା )ର ଉପାଦେୟତା ବିଷୟରେ ବିସ୍ତୁତ ଭାବରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ୬ଟି ବ୍ଲକର ଶିଶୁ ବିକାଶ ଅଧିକାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.