ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ବାରା ଆୟୋଜିତ “ଓଡ଼ିଶୀ ସଂଗୀତ ଉତ୍ସବ”ରେ ଆଶୁତୋଷଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ବାରା ଆୟୋଜିତ “ଓଡ଼ିଶୀ ସଂଗୀତ ଉତ୍ସବ”ରେ ପାରଳାଖେମୁଣ୍ଡି ଭକ୍ତି ସଙ୍ଗୀତ ସଂସଦର ଉଦୀୟମାନ ଛାତ୍ର ଶ୍ରୀମାନ ଆଶୁତୋଷ ମିଶ୍ର , ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିଛନ୍ତି।
ଆଶୁତୋଷଙ୍କ ଗୀତରେ ହାରମୋନିୟମରେ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ , ମର୍ଦ୍ଦଳରେ ସୀତାକାନ୍ତ ଜେନା ଓ ବଂଶୀରେ ସୌମ୍ୟରଞ୍ଜନ ଯୋଶୀ ସହଯୋଗ କରିଥିଲେ।
ଏହି ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଉପ ସଭାପତି ଶ୍ରୀ ମନ୍ମଥ ଶତପଥୀ , ପଦ୍ମଶ୍ରୀ ଶ୍ୟାମାମଣି ଦେବୀ , ଗୁରୁ ରାମହରି ଦାସ , ଗୁରୁ ଧନେଶ୍ଵର ସ୍ଵାଇଁ ( କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ବାଦକ) ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ସଫଳତା ପାଇଁ ଅନୁଷ୍ଠାନର ସ‌ମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଉଭୟ ଗୁରୁ ଓ ଛାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଅନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.