ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ।

0

ମହାବିରୋଡ଼/କାମାକ୍ଷାନଗର,(ରିତେଶ ବ୍ରହ୍ମା):କଙ୍କଡ଼ାହାଡ଼ ବ୍ଲକ ସଭାଘର ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଯୋଗ ଦେଇ ବିଭିନ୍ନ ବିଭାଗରେ ମନରେଗା ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବସ ଯୋଜନାରେ ହେଉଥିବା କାର୍ୟ୍ଯ ଉପରେ ଆଲୋଚନା କରିଥିଲେ ।ଯୋଗ୍ୟ ହିତାଧିକାରୀ ମାନେ ଯେମିତି କୌଣସି ଯୋଜନା ରୁ ବଞ୍ଚିତ ହେବେ ନାହିଁ ତାଉପରେ ଉପଜିଲ୍ଲାପାଳ ବକ୍ତବ୍ୟ ଦେଇଥିଲେ ।ଏହା ପରେ କୃଷି ବିଭାଗ, ଉଦ୍ୟାନ କୃଷି,ସେରିକଲଚର,ମୃତ୍ତିକା ସଂରକ୍ଷଣ,ଜଙ୍ଗଲ ବିଭାଗରେ ହେଉଥିବା କାର୍ଯ୍ୟ ଉପରେ ଆଲୋଚନା ହେଉଥିବା ବେଳେ ଜଙ୍ଗଲ ବିଭାଗର ଅଧିକାରୀ ଅନୁପସ୍ଥିତ ଥିଲେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗର ଯେଉଁ ଅଧିକାରୀ ଉପସ୍ଥିତ ଥିଲେ ସେ କହିଲେ ମୁଁ ନୂଆଁ ଭାବେ ଯୋଗ ଦେଇଅଛି ବିଭାଗ ବିଷୟରେ କିଛି ଜାଣି ନାହିଁ ଅନ୍ୟ ଅଧିକାରୀ ମାନେ ଅନ୍ୟ କାମରେ ବ୍ୟସ୍ତତା ଥିବାରୁ ଆସି ପାରିଲେ ନାହିଁ ।ଜନଶୁଣାଣୀରେ ଅଧିକାରୀ ମାନେ ଅନୁପସ୍ଥିତ ରହିବା କେତେଦୂର ଠିକ ସେହି ବିଭାଗ କହିପାରିବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ ।ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗରେ ଅନିୟମିତତା ହେଇଥିବା ବାଟଗାଁ ସରପଞ୍ଚ ଅଭିଯୋଗ କରିଥିଲେ।ମନରେଗା କାର୍ୟ୍ଯ ଠିକରେ ହେଉ ନଥିବାରୁ ଉପଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୫ ବର୍ଷ ମଧ୍ୟରେ ୧୧୬ ଜଣ ହିତାଧିକାରୀ ଘର ନିର୍ମାଣ କରି ନାହାଁନ୍ତି ସେହି ହିତାଧିକାରୀ ମାନେ ଘର ନିର୍ମାଣ କିପରି କରି ପାରିବେ ଆଲୋଚନା ହେଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଚାରୂଲତା ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଦୀପା ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ରବି ନାରାୟଣ ପ୍ରଧାନ,ଅତିରିକ୍ତ ଗୋଷ୍ଟିଉନ୍ନୟନ ଅଧିକାରୀ ହରେକୃଷ୍ଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.