ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା

0

ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା ଗତ କାଲି ସନ୍ଧ୍ୟାରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । “ଘାରିଛି କାଳିଆ ନିଶା” ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଲକ୍ଷ୍ମଣ ପଟେଲଙ୍କ ପ୍ରତ୍ଯକ୍ଷ
ତତ୍ବାବଧାନରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ବନାମଧନ୍ୟ ଗୀତିକାର ଔପନାସିକ ତପନ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ପରେ ତାଙ୍କ ଲିଖତ “ଆସିଛି ଦେଖି ତୋ କଳା ବଦନକୁ” ସ୍ମରଣୀୟ ଭକ୍ତି ସଙ୍ଗୀତକୁ ନବ କିଶୋର ମିଶ୍ର ତାଙ୍କ ସୁଲଳିତ କଣ୍ଠରେ ଗାନ କରି ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ମମୁଗ୍ଧ କରି ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ମହାରଣା, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । କମ୍ରେଡ଼ ବିଶ୍ବନାଥ ମହାପାତ୍ର, ଭାୟୋଲିନ ବାଦକ ପୂର୍ଣ୍ଣଚନ୍ଦ୍ର ଶତପଥି, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.