ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରଷ ତଥା କିମ୍ବଦନ୍ତୀ ଓ କାହାଣୀର ମହାନାୟକ ବିଜୁ ପଟ୍ଟନାୟକ ୧୦୭ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ପାଳିତ ହୋଇଯାଇଛି!ଏହି ଅବସରରେ ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ପୂର୍ବାହ୍ନ ରେ ମୁନିସିପାଲିଟି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି ଓ ଗାନ୍ଧୀ ଛକନିକଟରୁ ବିଶାଳ ସାଇକେଲ ରାଲି ସହର ପରିକ୍ରମା କରିଥିଲେ l ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା l ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି l ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ମନୋଜ କୁମାର ଭୋଇ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେଡି ଉପ ସଭାପତି ଦୀପ୍ତି ରଞ୍ଜନ ଦାସ, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଲକ ମହିଳା ସଭାପତି ପ୍ରଭାତୀ ମହାନ୍ତି, ଜଗତସିଂହପୁର ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା, ନାଉଙ୍ଗା ବ୍ଲକର ଦିଲ୍ଲୀପ କୁମାର ଲେଙ୍କା, ନାଉଗାଁ ଉପାଧ୍ୟକ୍ଷା ସୁଜିତ କୁମାର ପୁହାଣ, ଜିଲ୍ଲା ଯୁବ ବିଜେଡି ସଭାପତି ବୀରେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ l ଜଗତସିଂହପୁର ସମସ୍ତ କାଉନସିଲର ସମସ୍ତ ନେତାମାନେ ସାମିଲ ହୋଇଥିଲେ l ବିଜୁ ବାବୁଙ୍କ ବହୁମୁଖୀ ପ୍ରତିଭା ତଥା ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ l
Sign in
Sign in
Recover your password.
A password will be e-mailed to you.