କାମାକ୍ଷାନଗର – ୨୩/୦୨/୨୦୨୩- କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଯୋଗ ଦେଇଥିଲେ । କାମାକ୍ଷାନଗର ରେ କର୍ଯ୍ୟକରିବାର ପ୍ରାୟ ଏକ ବର୍ଷ ହୋଇଯାଇଛି। ବିଭିନ୍ନ ସମୟ ରେ ଅନେକ ସହକାରୀ ଜିଲ୍ଲାପାଳ ଆସି ଅଳ୍ପ ସମୟ ବ୍ୟବଧାନ ରେ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଶ୍ରୀଯୁକ୍ତ ମଦନ ମୋହନ ଜେନା ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ଏକ ମାତ୍ର ସହକାରୀ ଜିଲ୍ଲାପାଳ ଭାବରେ ଅଫିସର୍ ସମସ୍ତ ଦାୟିତ୍ବ ସୁଚାରୁରୂପେ ତୁଲାଇ ସାଧାରଣ ଜନତାଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ କୁ ଗ୍ରସ୍ତ କରି ଚୋରା ଲୁହା , ଖଣିଜ ସମ୍ପଦ ଚାଲାଣ କୁ ରେଡ୍ ମଧ୍ୟମ ରେ ରାଜସ୍ବ ଆଦାୟ କରି ସରକାର ଙ୍କୁ ଦେଉଛନ୍ତି। ଶ୍ରୀ ଜେନା ଉପ ନିର୍ବାଚକ ତଥା ନିର୍ବାହୀ ଅଧିକାରୀ ଭାବରେ ତା ୦୧/୦୨/୨୦୨୩ ରିଖ ଠାରୁ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ ସେହି ଦାୟିତ୍ୱ ରେ ଥିବା ସୁଦର୍ଶନ ଗୁରୁ ପଦୋନ୍ନତ ପାଇ ଓଡ଼ିଶା ପ୍ରଶାସନିକ ସେବା ରେ ଗନ୍ଦିଆ ତହସିଲଦାର ଭାବରେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି।
ଇତି ମଧ୍ୟରେ ରେ ନୂତନ ସହକାରୀ ଜିଲ୍ଲାପାଳ ଭାବରେ ଦିପକ ମିଶ୍ର ଯୋଗଦାନ କରିଛନ୍ତି। ଉପଖଣ୍ଡ ପ୍ରଶାସନ ରେ ଦୁଇ ଅଧିକାରୀ ଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସାଧାରଣ ରେ ଆଶା ରହୁଛି।
Sign in
Sign in
Recover your password.
A password will be e-mailed to you.