କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ସଦରରେ ଥିବା ବେଳକଣା ଆଶ୍ରମବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୨-୨୩ ଆଡମ୍ବରରେ ପାଳିତ ହୋଇଛି ।ଏଥିରେ ଆଶ୍ରମ ର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ତଥା ପାରଶାଳୀ ର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ,ସରପଞ୍ଚ ଚୈତନ୍ୟ ତିଆକା,ବିଦ୍ୟାଳୟର ଏସ ଏମ୍ ସି ସଭାପତି ମାଝି କୁମାର ସମ୍ମାନୀୟ ଅତିଥିଭାବରେ ରହିଥିଲେ ।ମୁଖ୍ୟ ବକ୍ତା ଭାବେ ଡିଆଇ ତଥା ସି ଆଇ ଶ୍ୟାମଘନ ଭୂୟାଁ ଥିଲା ।ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ ।ବିଦ୍ୟାଳୟରେ ଜାନୁୟାରୀ ୨୮ଓ ୨୯ତାରିଖ ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା କରିଥିଲେ ।ଏଥିରେ ୬୬ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନକରାଯାଇଛି ।ଏହାକୁ ପ୍ରଧାନ ଶିକ୍ଷକ ସନନ୍ଦ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରସାଦ ଗୌଡ଼, ଶାନ୍ତି ମାଝୀ, କଲ୍ୟାଣି ପାଙ୍ଗି,ମୁଁନ ମୁଁନ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କୁ ନେଇ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟ କ୍ରମ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post