ଦୀର୍ଘ ତିନି ବର୍ଷ ପରେ ଐତହାସିକ ମହେନ୍ଦ୍ରଗିରି ପାହାଡ଼ରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା କୁ ନେଇ ଜିଲ୍ଲାପାଳଙ୍କ ବାର୍ତ୍ତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ତିନି ବର୍ଷର ବ୍ୟବଧାନରେ ଆମେ ଆୟୋଜନ କରିବାକୁ ଯାଉଛେ ଐତହାସିକ ମହେନ୍ଦ୍ରଗିରି ପାହାଡ଼ରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା।
ଗତ ତିନି ବର୍ଷରେ କରୋନାର କ୍ରୁରତା ବିରୁଦ୍ଧ ଯୁଦ୍ଧରେ ଆମେ ପିନ୍ଧିଛେ ବିଜୟ ଲଲାମ। ଆମ ସରକାରଙ୍କ ସମୟାନୁବର୍ତ୍ତି ପଦକ୍ଷେପ , ଲୋକପ୍ରତିନିଧିମାନଙ୍କ ଆନ୍ତରିକ ସହଯୋଗ ଓ ସକଳ କାର୍ଯ୍ୟରେ ଜିଲ୍ଲାର ଜନସାଧାରଣଙ୍କ ଅକପଟ ସଂପୃକ୍ତି ଆମ ପାଇଁ ଆଣିଦେଇଛି ଅନେକାନେକ ସଫଳତା।
ଯୁଗଯୁଗରୁ ମହେନ୍ଦ୍ରଗିରିକୁ ନେଇ ଏଠି ଗଢ଼ି ଉଠିଛି ଏକ ସମନ୍ବିତ ସଂସ୍କୃତି। ଐତିହାସିକ , ପୌରାଣିକ , ପ୍ରତ୍ନତାତ୍ତ୍ବିକ ତଥା ପରିବେଶର ଗୁରୁତ୍ବ ବହନ କରୁଥିବା ମହିମା ମଣ୍ଡିତ ମହେନ୍ଦ୍ର ପର୍ବତ ଗଜପତି ଜିଲ୍ଲାରେ ଅବସ୍ଥିତ।
ଏହି ମହେନ୍ଦ୍ରରେ ବିରାଜିତ ଅନେକ ସୁନ୍ଦର ପ୍ରାଚୀନ ମନ୍ଦିର , କୀର୍ତ୍ତିରାଜି ର ପ୍ରଚାର ଓ ପ୍ରସାର ନିମନ୍ତେ ଓ ମହାଶିବରାତ୍ରୀ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଆସନ୍ତା ଫେବୃୟାରୀ ତା. ୧୬-୦୨-୨୦୨୩ ରିଖ ଠାରୁ ତା. ୧୮-୦୨-୨୦୨୩ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛି ଜାଗର ଯାତ୍ରା।
ଏଣୁ ଉକ୍ତ ଜାଗର ଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହିତ ସଫଳ କରିବା ନିମନ୍ତେ ମୁଁ ଜିଲ୍ଲାବାସୀଙ୍କର ସହଯୋଗ କାମନା କରୁଛି ବୋଲି ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଜପତି, ଶ୍ରୀ ଲିଙ୍ଗରାଜ ପଣ୍ଡା ବାର୍ତ୍ତା ଦେଇଛନ୍ତି।

Leave A Reply

Your email address will not be published.