ଧନୁଯାତ୍ରା ମହୋତ୍ସବରେ ୪୭ ୟୁନିଟ୍ ରକ୍ତ ସଂଗୃହୀତ

0

ଲେଲେହର ଠାରେ ୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ

ବରଗଡ :-ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲେକେହର ଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ ଓ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଆମ୍ବଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଲଖନପୁର ସରପଞ୍ଚ ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିଲେ। ପ୍ରଭୁ ଶ୍ରୀ କୃଷ୍ଣ ଓ ବଳରାମ ମଧ୍ୟ ଏହି ଶିବିର ରେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଧନୁଯାତ୍ରା କମିଟି ର ସଭାପତି ତଥା ସ୍ଥାନୀୟ ସରପଞ୍ଚ ହିରାଧର ସାହୁ, କମିଟି ର କର୍ମକର୍ତ୍ତା, ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପ ସଭାପତି ଆଶିଷ କର, ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶିବରର ସୁପରିଚାଳନା କରିବା ସହ ଶିବିର କୁ ସଫଳ କରିଥିଲେ। ଧନୁଯାତ୍ରା ଅବସର ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବା ପାଇଁ ମହାରାଜ କଂସ ଓ ରାଜ ଅତିଥି ଙ୍କ ଉପସ୍ଥିତି ରେ କଂସ ଦରବାର ରେ ଧନୁଯାତ୍ରା କମିଟିକୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କମିଟି ତରଫରୁ ନିଷ୍ଠା ପରିବାର କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ଶୁଭେଚ୍ଛୁ, ସହଯୋଗୀ, କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ଓ ଜଣାଇଛନ୍ତି ନିଷ୍ଠା ପରିବାର ର ସମ୍ପାଦକ ଶ୍ରୀ ଆଶ୍ୱିନୀ ତ୍ରିପାଠୀ ।

Leave A Reply

Your email address will not be published.