କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ସରକାର ରଫାଦଫା କରିବା ପ୍ରୟାସରେ ଅଛନ୍ତି : ପ୍ରସାଦ

0

ଜନବିରୋଧି ବିମୁଦ୍ରୀକରଣ ପଦକ୍ଷେପକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କଳାଦିବସ ପାଳନକୁ ମିଳିଛି ରାଜ୍ୟବ୍ୟାପୀ  ସଫଳତା

ଭୁବନେଶ୍ୱର  ତା ୮.୧୧- ବିଜେପି ସରକାରର ଜନବିରୋଧି ବିମୁଦ୍ରୀକରଣ ପଦକ୍ଷେପକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କଳାଦିବସ ପାଳନ ରାଜ୍ୟବ୍ୟାପି ସଫଳତା ହାସଲ କରିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ  ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାଜ୍ୟର ସମସ୍ତ ୩୩ଟି ସାଂଗଠନିକ ଜିଲାରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଙ୍କର ଅକୁଣ୍ଠ ସହଯୋଗରେ ସଫଳତାର ସହ କରାଯାଇ ପାରିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ହରିଚନ୍ଦନ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କୁନ୍ଦୁଲି ଦଳିତ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପୋଲିସ୍ ଦେଇଥିବା ସ୍ପଷ୍ଟିକରଣକୁ ନିନ୍ଦାକରି ସରକାର ଏହି ମାମଲାଟିକୁ ରଫାଦଫା କରିବାପାଇଁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।  ପୂର୍ବରୁ କଂଗ୍ରେସ ଦଳ ଏହି ଆଶଙ୍କା କରିଥିଲା ଏବଂ ଏହା ସତ୍ୟପ୍ରମାଣିତ ହୋଇଛି । ୟୁନିଫର୍ମରେ ଥିବା •ରି ଜଣ ଜବାନ ତା ପ୍ରତି ଗଣଦୁଷ୍କର୍ମ କରିଛନ୍ତି ବୋଲି ସୁସ୍ଥମାନସିକତାରେ ବୟାନ ଦେଇଥିବା ବେଳେ ପୋଲିସ୍ର ଏହି ସ୍ପଷ୍ଟିକରଣ ସରକାରଙ୍କର ଦୋଷୀମାନଙ୍କ ପ୍ରତି ଥିବା ଦରଦକୁ ପ୍ରମାଣିତ କରୁଛି । ଛାତ୍ରୀଟି ସଂପୂର୍ଣ୍ଣ ସୁସ୍ଥ ଥିଲାବେଳେ ତାକୁ ଜବରଦସ୍ତ ଡାକ୍ତରଖାନାରେ ରଖଯାଇ ପୋଲିସ୍ ବୟାନ ବଦଳାଇବା ପାଇଁ ବାଧ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାର ଦୋଷୀକୁ ଘଣ୍ଟଘୋଡ଼ାଇବା ପାଇଁ ସମସ୍ତ ଅପଚେଷ୍ଟା ଜାରି ରଖିଛନ୍ତି । ମାତ୍ର ସତ୍ୟ କେବେ ଲୁଚି ରହିବ ନାହିଁ । କଂଗ୍ରେସ ଦଳ ଏହି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ।
 ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା କୁନ୍ଦୁଲି ଗଣଦୁର୍ଷ୍କମ ମାମଲାରେ ସରକାର ଦୋଷୀମାନଙ୍କୁ ଯେତେ ଘଣ୍ଟ ଘୋଡ଼ାଇବାକୁ •ହିଁଲେ ବି କଂଗ୍ରେସ ଦଳ ଆଗାମୀ ଦିନରେ ସରକାରଙ୍କ ମୁଖା ଖୋଲିବ । ଓଡ଼ିଶା ଆଦିବାସୀ କଂଗ୍ରେସ  ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝୀ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଦଳ ଆଗାମୀ ଦିନରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ସୌଗତ ମହାନ୍ତି ଏବଂ ପ୍ରଦେଶ ସେବା ଦଳ ମୁଖ୍ୟ ବିରେନ ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.