୨୦୩୦ ସୁଦ୍ଧା ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ

0

ବରଗଡ:-ଓଡିଶାର ଦିର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟ କୁ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ବା ଏସଡିଜି କିପରି ହାସଲ କରିହେବ ସେଥି ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସୃତ କରିଛନ୍ତି।ଏହି ଲକ୍ଷ୍ୟ କିପରି ଜିଲ୍ଲା ସ୍ତର ରୁ ହାସଲ କରିହେବ ସେଥିପାଇଁ ବରଗଡ ଜିଲ୍ଲାପରିଷଦ କକ୍ଷ୍ୟରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସଫଳ ରୂପାୟନ ନିମନ୍ତେ ଜିଲ୍ଲାର କ୍ଷ୍ୟେତ୍ର ସ୍ତରୀୟ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ,ସରପଞ୍ଚ,ସ୍ଵୟଂସହାୟକ(ଏନଜିଓ),କୃଷି ବୈଜ୍ଞାନିକ ପ୍ରମୁଖ ଙ୍କୁ ନେଇ ଦୁଇଦିନିଆ କର୍ମଶାଳା ମଙ୍ଗଳବାର ରେ ଆରମ୍ଭ ହୋଇ ବୁଧବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।ଏ ଅବସରରେ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଉଦଘାଟନ କରି ଜନସାଧାରଣ ଙ୍କ ସକାଶେ ଦିର୍ଘ ସ୍ଥାୟୀ ଆର୍ଥିକ,ସାମାଜିକ ଓ ପରିବେଶ ବିକାଶ କୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘର ୧୭ ଟି ପ୍ରମୁଖ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।ଭିଡିଓ ବାର୍ତ୍ତା ମାଧ୍ୟମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମାନ ପ୍ରଦୀପ କୁମାର ଜେନା ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ନିରନ୍ତର ବିକାଶ କୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲାରେ ୨୫୩ ଟି ଗ୍ରାମପଞ୍ଚାୟତ ଓ ୫ ଟି ସହରାଞ୍ଚଳ ରେ କିଭଳି ବିକାଶର ସ୍ତାନିୟକରଣ କରାଯିବ ସେଥିପାଇଁ ପ୍ରଶିକ୍ଷଣ ର ଦ୍ୱିତୀୟ ଦିବସରେ ପ୍ରଶିକ୍ଷକ ମାନଙ୍କ ସହିତ ଅଂଶଗ୍ରହଣକାରୀ ମାନେ ଦୁଇଟି ଗ୍ରାମପଞ୍ଚାୟତ ଯଥା-କାଦୋବାହାଲ(ପଞ୍ଚାୟତ ସମିତି ଅତାବିରା) ଓ ସୁକୁଡା(ପଞ୍ଚାୟତ ସମିତି ଭଟଲି)ପରିଦର୍ଶନ କରିଥିଲେ।ଦୁଇଟି ପ୍ରଶିକ୍ଷ୍ୟାରଥୀ ଦଳ ତିନୋଟି ଭାଗରେ ବିଭକ୍ତ ହୋଇ ଗ୍ରାମପଞ୍ଚାୟତ ବୁଲି ବିକାଶର ୧୭ ଗୋଟି ଲକ୍ଷ୍ୟ କିପରି ସୁଚାରୁରୂପେ କାର୍ଯ୍ୟକାରୀ କରାଯାଇପାରିବ ତାହାରି ଉପରେ ଲୋକମାନଙ୍କ ମତାମତ ଲୋଡିଥିଲେ।ଜନସାଧାରଣଙ୍କ ମତାମତ କୁ କାର୍ଯ୍ୟକାରି କରିବା ଦିଗରେ ପ୍ରଶିକ୍ଷ୍ୟାରଥୀମାନେ କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ସେମାନଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ।ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସାମର୍ଥ୍ୟ ବିକାଶ ବିଶେଷଜ୍ଞ ଶ୍ରୀମାନ ସରୋଜ କୁମାର ଦାସ ଏବଂ ଯୁଗ୍ମ ସଚିବ ଶ୍ରୀମାନ ପ୍ରଦ୍ୟୁମ୍ନ ମହାକୁଡ ଆଗାମୀ ଦିନରେ ବରଗଡ ର ନିରନ୍ତର ବିକାଶ ଲକ୍ଷ୍ୟକୁ ସାକାର କରିବା ସେପାଇଁ ଯେଉଁଭଳି କାର୍ଯ୍ୟକ୍ରମ ଗ୍ରହଣୀୟ ସେଥିପାଇଁ ଏକ ବିସ୍ତାରିତ ଜିଲ୍ଲା ଖସଡ଼ା ପ୍ରସୃତ ହୋଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ ଆଦିତ୍ୟ ଗୋଏଲ,ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀମାନ ଉଦ୍ଧବ ଚରଣ ନାୟକ କାର୍ଯ୍ୟକ୍ରମ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଏସିଡଜି ସେଲ ରୁ ମାଷ୍ଟର ଟ୍ରେନର ଭାବରେ ଅର୍ଥନୈତିକ ଶ୍ରୀମାନ ପ୍ରଦୀପ ପଣ୍ଡା,ଶ୍ରୀମାନ ହରେକୃଷ୍ଣ ପୃଷ୍ଟି ଏବଂ ଆଭା ମିଶ୍ର(ୟୁ.ଏନ.ଡି.ପି ରାଜ୍ୟ ମୁଖ୍ୟ)ଯୋଗଦାନ କରିଥିଲେ।ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟ ର ଶୁଭ୍ରାଂଶୁ ଶେଖର ପାଇକରାୟ,ରାଜେଶ କୁମାର ସାହୁ,ଭାରତୀ ପାଢ଼ୀ,ଗୀତାଞ୍ଜଳୀ ସାହୁ, ଗୀତାରାଣୀ ବେସନ,ସୁନନ୍ଦା ତାଣ୍ଡି ପ୍ରମୁଖ କାର୍ଯ୍ୟପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.