ଭୁବନେଶ୍ୱର କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।
ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ “ମାଟି ପାଇଁ ପାଟି ଖୋଲ” ଓ ଗୋପଠାରେ ରେଳ ରୋକା ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ିଚାଲ ଆନ୍ଦୋଳନ କରନ୍ତି । ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଗଣବିକ୍ଷୋଭ ସହ ପୂର୍ବତନ ରେଳପଥ ଜିଏମଙ୍କୁ ଏକ ପ୍ରତିନିଧି ଦଳ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଭେଟି ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ସ୍ମାରକ ପତ୍ରରେ ରେଳ ବିଭାଗ ବର୍ଷକୁ ୨୦ ହଜାର କୋଟି ରାଜସ୍ୱ ପାଉଥିବା ଏବଂ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ତିନିଗୋଟି ଆବଶ୍ୟକତା ଯଥା ଏଚପିଆରସିଏଲ ଅନୁମତି କଲିକତା ସ୍ଥିତ ରେଳବାଇ ନିରାପତା କମିଶନଙ୍କ ସବୁଜ ସଂକେତ ଓ ୯ ଗୋଟି ଷ୍ଟେସନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ସତ୍ୱେ ରେଳ ଚଳାଚଳ ନିଷ୍ପତି ନହେବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ । ରେଳ ବିଭାଗର ଏହି ଉଦାସୀନତା କେନ୍ଦ୍ରାପଡ଼ା ବାସୀଙ୍କୁ ବ୍ୟଥିତ କରିଛି । ଦାବି ପତ୍ରରେ ଦୁଇଟି ଯାତ୍ରୀବାହୀ ରେଳ ଯଥା କଟକ-ପାରଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ- ପାରଦ୍ୱୀପ ଭାୟ ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ କୁହାଯାଇଛି । ବ୍ଲକ ଓ ନଗର କଂଗ୍ରେସ ତରଫରୁ ଜିଏମ ମହୋଦୟ ଏଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ଏହି ଗଣବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ଜ୍ଞାନଦେବ ବେଉରା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଳୀ, ମୁକ୍ତାର ଖାଁ, ନାରାୟଣ ଚନ୍ଦ୍ର ପରିଡ଼ା, ସତ୍ୟ ସାମଲ, ରମାକାନ୍ତ ଦାସ, ଅମୂଲ୍ୟ ପ୍ରଧାନ, ସର୍ବେସ୍ୱର ସେଠୀ, ପ୍ରଭାତ କୁମାର ଉଡାନ ସିଂ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ପରଭେଜ ଅକ୍ତର, ରତିକାନ୍ତ ସାମଲ, ସେଖ ଅରମାନ, ବୃଷଭାନୁ ଦାସ, ଗଣେଶ ମେକାପ, କ୍ଷମାନିଧି ସାମଲ, ରାକେଶ ମହାନ୍ତି, ମୀର ମୁରସୀଦ, କମଳାକାନ୍ତ ବେହେରା, ସଂଜୟ ରାଉତ, ଲକ୍ଷ୍ମୀଧର ବାରିକ, ପ୍ରଦୀପ ପ୍ରଧାନ, ରାଜକିଶୋର ବେହେରା, ବିଶ୍ୱକେଶରୀ ଜେନା, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ାର ସ୍ୱାର୍ଥରେ କଂଗ୍ରେସ ନିରନ୍ତର ଆନ୍ଦୋଳନ କରିଚାଲିବ ବୋଲି ସତର୍କ କରାଇ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.