ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ବାଲିକୁଦା ବ୍ଲକ ଅନ୍ତର୍ଗତ ତଡିକୁଳ ପଂଚାୟତ ପୋଦନା ଗ୍ରାମରେ ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ଶୀତକାଳୀନ ବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲିକୁଦା ବ୍ଲକ ବିଡିଓ ଜିତେନ୍ଦ୍ର ନାୟକ ଓ ଚେୟାରମ୍ୟାନ ପ୍ରକାଶରଞ୍ଜନ ପ୍ରଧାନ ଓ ସାଧାରଣ ଅତିଥିଭାବେ ସରପଞ୍ଚ ସୁପ୍ରିୟା ଦାସ, ଶିକ୍ଷକ ବିଶ୍ଵନାଥ ବିଶ୍ୱାଳ, ସୁଧାକର ଦାସ ପ୍ରମୁଖ ଯୋଗଦେଇ ବୃଦ୍ଧାଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ l ଏହି ସେବା ସଂଗଠନଟି ଦୀର୍ଘ ୫ ବର୍ଷ ହେବ ଏହି ପରି ଜନସେବା କାର୍ଯ୍ୟ କରୁଅଛି l ରକ୍ତଦାନ ଶିବିର ଓ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଆଜିକାର ଏହି ବୈଠକରେ ୨ ଜଣ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ତଥା ନିୟୁଜ1 ଓଡ଼ିଆ ସୁମନ୍ତ କୁମାର ଦାସ, ନିୟୁଜ଼18 ଓଡ଼ିଆ ସରୋଜ କୁମାର ସାହୁଙ୍କ ସହିତ ସମାଜ ସେବୀ ରାକେଶ କୁମାର ଦାସ, ଆଲୋକ ରଂଜନ ଦାସଙ୍କୁ ସମ୍ମାନର ସହ ମାନପତ୍ର ଏବଂ ବସ୍ତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଉକ୍ତ ସଂଗଠନର ସଭାପତି ସୁଦର୍ଶନ ଦାସ, ସମ୍ପାଦକ ସୁଶୀଲ କୁମାର ମହାରଣା, ଅତୁଲ୍ୟ ନନ୍ଦ, ମିଟୁନୁ, ନାରାୟଣ ସାହୁ, ବିଶ୍ୱନାଥ ରାଉତ, ସାରଦାପ୍ରସାଦ ସ୍ୱାଇଁ, ଗୋବିନ୍ଦ ଦାସ, ରାଜେଶ, ସୋମ୍ୟରଞ୍ଜନ ଦାସ, ନିମାଇଁ ମଲ୍ଲିକ ସଦସ୍ୟମାନେ ସୁଚାରୁରୂପେ ପରିଚାଳନା କରିଥିଲେ l

Leave A Reply

Your email address will not be published.