ଡୁଙ୍ଗୁରିପାଲି ମା ସମଲେଶ୍ବରୀ କ୍ଲବ୍ ପକ୍ଷରୁ ନବବର୍ଷ ଉତ୍ସବ ପାଳିତ

0

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ); ସୋନପୁର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କୁଦେଇପଡ଼ା ମା’ ସମଲେଶ୍ବରୀ କ୍ଳବ୍‌ ପକ୍ଷରୁ ଶନିବାର ମଧ୍ୟରାତ୍ରରେ ଜିରୋ ନାଇଟ୍ କାର୍ଯ୍ୟକ୍ରମ ବଡ ଧୁମଧାମରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସଂଘର ବରିଷ୍ଠ ସାମ୍ବାଦିକ ପବିତ୍ର ମୋହନ ପାଣ୍ଡିଆ ଏହାକୁ ଉଦ୍‌ଘାଟନ କରିଥିଲେ। ସଂଘର ସଭାପତି କିଷନ ଅଗ୍ରୱାଲା, ଉପସଭାପତି ଦୀନବନ୍ଧୁ ସୁନା, ପ୍ରକାଶ ହାତୀ, ବନମାଳୀ ପୋଢ଼, ଓ ମହାଦେବ ଗଡ଼ତିଆ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ମା’ ସମଲେଶ୍ଵରୀ କ୍ଲବ୍‌ର ସଭାପତି ଯଦୁମଣି କୁଦେଇ ସଭା ସଂଚାଳନ କରିଥିବା ଓ ସଂପାଦକ ସୌମ୍ୟ ରଂଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ମା ସମଲେଶ୍ବରୀ କ୍ଲବର ସମସ୍ତ ସଦସ୍ୟ ନୂତନ ବର୍ଷର ସ୍ଵାଗତ ପାଇଁ କେକ୍ କାଟି ସ୍ବାଗତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ମେଲୋଡ଼ି କାର୍ଯ୍ୟକ୍ରମକୁ ଭକ୍ତ ପଧାନ ସଂଚାଳନ କରିଥିବା ବେଳେ ଭୁବନ, ଦୁଷ୍ମନ୍ତ, ମାଧବ, ଟୁଉଙ୍କିଲ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ। ମା’ ସମଲେଶ୍ଵ କ୍ଲବ୍‌ର ପ୍ରଶାନ୍ତ, ରାଜମୋହନ, ଆକାଶ,ମନ, ବେଡ଼ା, ଅନିମେଶ, ଶିବୁନ, ହେମନ୍ତ,ତେଜରାଜ, କାହ୍ନା, ରିକୁ, ଚିଣ୍ଟୁ, ଆକୁ, ବୁଧୁ,ଲାଲ, ହିମାଂଶୁ, ଶଙ୍କର୍ଷଣ, ମଣ୍ଡୁ, ଗୋପାଳ,ସୁବ୍ରତ, ଜଗ ଓ ପ୍ରମୋଦ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।

Leave A Reply

Your email address will not be published.