ଝାରବନ୍ଧ ରେ ବ୍ରାହ୍ମଣ ସମାଜ ର ବୈଠକ l

0

ଝାରବନ୍ଧ – ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ର ଗାୟତ୍ରୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ର ବାର୍ଷିକ ବୈଠକ ଆଜି 29.12 ଦିନ ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି l ଝାରବନ୍ଧ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବ୍ରାହ୍ମଣ ସମାଜ ର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ l ସମ୍ପାଦକ ଆନନ୍ଦ ମହାପାତ୍ର ବିବରଣୀ ପଠନ କଲା ପରେ ନୃସିଂହନାଥ (ପାଇକମାଲ )ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ଶ୍ରୀ ଶଙ୍କରପ୍ରଷାଦ ଦାଶ, ସମ୍ପାଦକ ଶ୍ରୀ ଯୋଶୀ, ଡାକ୍ତର ଲମ୍ବୋଦର ପଣ୍ଡା, ନନ୍ଦଲାଲ ମହାପାତ୍ର, ବେଣୁଧର ପାଣିଗ୍ରାହୀ ଯୋଗ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ l ସମାଜ ର ସୁଦୃଢ଼ୀକରଣ ତଥା ସଙ୍ଘ ର ଆୟ ବ୍ୟୟ ସଭ୍ୟସଂଗ୍ରହ ଭଳି ବିଷୟ ରେ ଆଲୋଚନା କରାଯାଇଥିଲା l
ରାଜକିଶୋର ଦାଶ, ଓଁକାର ପାଢ଼ୀ, ଭକ୍ତ ମିଶ୍ର, ମନୋଜ ପାଢ଼ୀ, କ୍ଷମାସାଗର ପୁରୋହିତ, ଜଗବନ୍ଧୁ ମହାପାତ୍ର, ପ୍ରଫୁଲ୍ଲ ମହାପାତ୍ର, ପ୍ରସନ୍ନ ମହାପାତ୍ର, ମୋହନ ଦାଶ ସମସ୍ୟା ସମ୍ପର୍କ ରେ ଅବତାରଣା କରି ସହଯୋଗ କରିଥିଲେ l
ପ୍ରଥମ କରି ଯୋଗଦେଇଥିବା ମହିଳା ମାନଙ୍କୁ ନେଇ ଏକ ଗାୟତ୍ରୀ ବାହିନୀ ଗଠନ କରାଯାଇଥିଲା l ସରୋଜିନୀ ତ୍ରିପାଠୀ ସଭାନେତ୍ରୀ, ପ୍ରମଦିନି ମହାପାତ୍ର ଉପସଭାନେତ୍ରୀ, ଅନୁପମା ପଣ୍ଡା ସମ୍ପାଦିକା, ଲିପି ପଣ୍ଡା ସହସମ୍ପାଦିକା, ସୁଜାତା ଶତପଥୀ, ସରୋଜିନୀ ଦେବତା, ଭୂମିସୁତା ମହାପାତ୍ର, ମମତା ପାଢ଼ୀ, କଳ୍ପନା ପଣ୍ଡା, ପ୍ରଭାସିନୀ ମହାପାତ୍ର ପ୍ରମୁଖ ସଦଶ୍ୟା ଭାବେ ରହିଛନ୍ତି lପରିଶେଷ ରେ ଶ୍ରୀମତୀ ସୁଜାତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.