ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ରାସ୍ତା ଶିଳାନ୍ୟାସ

0

4 ତାରିଖରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ l

(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ କରକମଳରେ ମାହାଙ୍ଗା ବ୍ଲକ ପଲିସାହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ ହୋଇଯାଇଛି। ଏହି କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପିଚୁ ରାସ୍ତା ହେବା ସହିତ କଂକ୍ରିଟ ରାସ୍ତା ଖନ୍ଦୋଳ ଠାରୁ ଝାଡେଶ୍ୱରପୁର ଭାୟା ଉମର ପର୍ଯ୍ୟନ୍ତ ସାଢ଼େ ନଅ ଫୁଟ ରାସ୍ତା ପାଇଁ ୬ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଆଜି ଅପରାହ୍ନରେ ଖନ୍ଦୋଳ ଠାରୁ ବିରାଟ ପଟୁଆରରେ ଆସି ଖନ୍ଦୋଳ ଠାରୁ ଝାଡେଶ୍ୱରପୁର ଭାୟା ଉମର ରାସ୍ତାର ଶୁଭ ଶିଳାନ୍ୟାସ କରିଥିଲେ l ଏପରିକି ରାସ୍ତାର ଶିଳାନ୍ୟାସ କରିବା ସହିତ ଏକ ସଭାରେ ଯୋଗଦାନ କରି ଏହି ରାସ୍ତା ଚଉଡା ହେବା ଦ୍ୱାରା ୫ଗୋଟି ପଂଚାୟତ ତଥା ପଲିସାହି, ଭଉଁରିଆ, ଉମର, ନାହାଙ୍ଗ, ଭଦ୍ରେଶ୍ୱର ପଞ୍ଚାୟତ ଅଞ୍ଚଳବାସୀ ମାନଙ୍କ ସମେତ ବହୁ ଗ୍ରାମ ପଞ୍ଚାୟତ ଅଂଚଳବାସୀ ଗମନାଗମନ ପାଇଁ ଉପକୃତ ହେବେ l ଏହି ରାସ୍ତା 18 ଫୁଟ ଓସାର ସହିତ ସାଢେ 9 କିଲୋମିଟର ଲମ୍ବ ପାଇଁ ଆଜି ଭିର୍ତ୍ତିଭୂମି ସ୍ଥାପନ ହୋଇଯାଇଛି ।

ସେହିପରି ଭାବେ ଆସନ୍ତା ୪ ତାରିଖ ଜେ ଏନ କଲେଜ ପଡିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବା ପାଇଁ ମାହାଙ୍ଗାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଯେଉଁ ବୈଠକରେ ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ବିଜୁବାବୁଙ୍କ ସ୍ମରଣ କରି ପ୍ରକାଶ କରିଥିଲେ “ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସହ ରାଜ୍ୟ ଛାତ୍ର ଜନତା ଦଳ ରାଜନୀତିରେ ଏକଦା ଦୃଢ ନେତୃତ୍ୱ ନେଇ ସକ୍ରୀୟ ଭାବେ ସାଙ୍ଗଠନିକ ଦାୟିତ୍ୱ ତୁଲାଇ ପାରିଛି” | ଡ ସହିତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବିଜୁ ବାବୁଙ୍କ ସହ ସେଦିନର ଅନୁଭୂତି ବଖାଣି ଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା, ଉପାଧକ୍ଷ, ସରପଞ୍ଚ, ସମିତିସଭ୍ୟ ମାନଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.