4790 କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର : ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ |
ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଏ |

Leave A Reply

Your email address will not be published.