କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ନିରାପତ୍ତା ଶୃଙ୍ଖଳାକୁ ଆପଣାଇ ସଂସ୍ଥାରେ ଏକ ମଜଭୁତ ନିରାପତ୍ତା ସଂସ୍କୃତି ଗଢିତୋଳିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ସ୍ୱରୂପ ଆଦିତ୍ୟ ବିର୍ଲାର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଏକ ଅନ୍ସାଇଟ୍ ମକ୍ ଡ୍ରିଲ (ପୂର୍ବାଭ୍ୟାସ) ୨୦୨୨ ଡିସେମ୍ବର ୨୦ ତାରିଖରେ ଏହାର ଦୋରାଗୁଡା କାରଖାନାରେ ଆୟୋଜନ କରାଯାଇଥିଲା ।
ଉତ୍କଳ ଆଲୁମିନାରେ ଏଚଏଫଓ ଟାଙ୍କିରେ ଅଗ୍ନିକାଣ୍ଡକୁ ଲକ୍ଷ୍ୟରଖି ଏହି ଜରୁରୀକାଳୀନ ଅଗ୍ନିଶମ ମକ୍ ଡ୍ରିଲ କରାଯାଇଥିଲା ।
ସଂସ୍ଥାର ଜରୁରୀକାଳୀନ ପ୍ରସ୍ତୁତି ଯୋଜନା ସମ୍ପର୍କରେ ସମୀକ୍ଷା କରିବା ଏବଂ ଆକସ୍ମିକ ଜରୁରୀ ପରିସ୍ଥିତିର ସାମ୍ନା କରିବାକୁ କର୍ମଚାରୀ ଓ ଲୋକବଳକୁ ଅଧିକ ପ୍ରସ୍ତୁତ ରଖିବା ନିମନ୍ତେ ଏହି ଜରୁରୀକାଳୀନ ପୂର୍ବାଭ୍ୟାସ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଏସ ଏନ ସେଠୀ, ଡେପୁଟି ଡାଇରେକ୍ଟର ଫାକ୍ଟରିଜ ଆଣ୍ଡ ବଏଲର, ଶ୍ରୀ ରଣଜିତ ନାୟକ, ଆସିଷ୍ଟାଣ୍ଟ ଡାଇରେକ୍ଟର, ଫାକ୍ଟରିଜ ଆଣ୍ଡ ବଏଲର୍ସ ସରକାରୀ ବିଭାଗରୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ପାରସ୍ପରିକ ସହାୟତା ସହଭାଗୀ ଜେକେ ପେପର୍ ଇଣ୍ଡଷ୍ଟ୍ରିଙ୍କ ପକ୍ଷରୁ ଶ୍ରୀ ବି ହଲାବଲ ଏବଂ ଶ୍ରୀ ଏ ପଟ୍ଟନାୟକ ଏଥିରେ ଉପସ୍ଥିତ ଥିଲେ ।
ଟିକିରିସ୍ଥିତ ସରକାରୀ ଡାକ୍ତରଖାନା ଏବଂ ଦୋରାଗୁଡା ଥାନାର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଉତ୍କଳ ଆଲୁମିନାର ଅଲ୍ଟରନେଟ ୱାର୍କମେନ୍ କଣ୍ଟ୍ରୋଲର ତଥା ହେଡ୍, ଇଞ୍ଜିନିୟରିଂ ରିଫାଇନାରୀ ଶ୍ରୀ ବିଜୟ ଧାନୁକା ଉତ୍କଳ ଆଲୁମିନାର ହେଡ୍, ଅପରେସନ୍ସ ଶ୍ରୀ କୌଶିକି ଶରଣ ମିଶ୍ରଙ୍କ ସହିତ ସମନ୍ୱୟ ରକ୍ଷାକରି ହେଡ୍, ସେଫ୍ଟି ଶ୍ରୀ ଜୟ ତିୱାରୀଙ୍କ ତତ୍ତ୍ୱାବଧାନରେ ଏହି ମକ୍ ଡ୍ରିଲ୍ର ନେତୃତ୍ୱ ନେଇଥିଲେ । କାରଖାନାର କମ୍ବାଟ ଟିମ୍, ରେସ୍କ୍ୟୁ ଟିମ୍ ଏବଂ ଅକ୍ଜିଲାରୀ ଟିମ୍ ଆଦି ତିନିଟି ଟିମ୍ର ନେତୃବୃନ୍ଦ ଏବଂ ସେମାନଙ୍କ ଟିମ୍ର ସଦସ୍ୟମାନେ ସାଇଟ ଇନ୍ସିଡେଣ୍ଟ କଣ୍ଟ୍ରୋଲରଙ୍କ ସହିତ ସମନ୍ୱୟ ରକ୍ଷାକରି ପଦ୍ଧତି ମୁତାବକ ସମୟୋଚିତ ଭାବରେ ଏହି ମକ୍ ଡ୍ରିଲ କାର୍ଯ୍ୟକାରୀ କରିଥିଲେ । ତତ୍ପରେ ଡେପୁଟି ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର ଫାକ୍ଟରିଜ୍ ଆଣ୍ଡ ବଏଲର୍ସ ସୂଚନା ଦେଇ କହିଥିଲେ ଯେ ମକ୍ ଡ୍ରିଲର ସଠିକ ଉପାୟରେ ଏବଂ ଧାର୍ଯ୍ୟ ସର୍ତ୍ତ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଥିଲା । ଅଧିକ ଉନ୍ନତ ପାରଦର୍ଶିତା ସୁନିଶ୍ଚିତ କରିବା ନିମନ୍ତେ ବାରମ୍ବାର ଏହିଭଳି ମକ୍ ଡ୍ରିଲ ଆୟାଜନ ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ପ୍ରଫୁଲ୍ଲ ସାମଲ, ଏଜିଏମ୍ ସେଫ୍ଟି, ଉତ୍କଳ ଆଲୁମିନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.