ସର୍ଵହରାର ମହାନ୍ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଉଦ୍ଧୃତି ପ୍ରଦର୍ଶନୀ

0

ଜଗତସିଂହପୁର/ସୁମନ୍ତକୁମାରଦାସ: ଲେନିନୋତ୍ତର ଯୁଗର ଶ୍ରେଷ୍ଠ ମାର୍କସ ବାଦୀ ଦାର୍ଶନିକ ସର୍ଵହରାର ମହାନ୍ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ୫ ଅଗଷ୍ଟ ୨୦୨୨ ଦିନ ଜାତୀୟ ରାଜଧାନୀ ନୂଆ ଦିଲ୍ଲୀ ଠାରେ ଉଦଘାଟିତ ହୋଇଯାଇଛି। ସାରା ଦେଶରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। ଆସନ୍ତା ୫ ଅଗଷ୍ଟ ୨୦୨୩ ଦିନ ପଶ୍ଚିମ ବଙ୍ଗର କଲିକତା ଠାରେ ଉଦଯାପିତ ହେବ।ଏସ ୟୁ ସି ଆଇ କମ୍ୟୁନିଷ୍ଟ ଜଗତସିଂହପୁର ଜିଲ୍ଲା କମିଟି ନେତୃତ୍ବରେ ବିରିଡ଼ି ବ୍ଳକ ଅନ୍ତର୍ଗତ ଅଲାଣ୍ଡୋଠାରେ ଅଗଷ୍ଟ ମାସରେ ଆରମ୍ଭ ହୋଇଛି। ଆଜି ବା°ଶଠାରେ ଉଦ୍ଧୃତି ପ୍ରଦର୍ଶନୀ କରାଯାଇଛି।ଏସ ୟୁ ସି ଆଇ କମ୍ୟୁନିଷ୍ଟ ଜଗତସିଂହପୁର ଜିଲ୍ଲା କମିଟି ସଂପାଦକ କମ୍ରେଡ ସୁବାସ ସ୍ବାଇଁ କହିଛନ୍ତି ଭାରତ ବର୍ଷରେ ପୁଞ୍ଜିବାଦ ବିରୋଧୀ ସମାଜ ତାନ୍ତ୍ରିକ ବିପ୍ଳବ ସଂଗଠିତ କରିବା ପାଇଁ ମୁଷ୍ଟିମେୟ ସହକର୍ମୀଙ୍କ ସହାୟତାରେ ଗଠିତ ଏସ ୟୁ ସି ଆଇ କମ୍ୟୁନିଷ୍ଟ ପାର୍ଟି ଆଜି ସାରା ଦେଶରେ କୃଷକ, ଶ୍ରମିକ, ଛାତ୍ର ,ଯୁବକ ,ମହିଳା ଆଦି ସମସ୍ତ ସ୍ତରରେ ଜନଗଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଚେତନ ସଂଗଠିତ ଗଣ ଆନ୍ଦୋଳନ ଗଢ଼ି ତୋଳୁଛି। ସ୍ଥାନୀୟ ସଂଗଠକ ରୋହିତ କୁମାର ଓଝା, ବୀର କିଶୋର ମଲ୍ଲିକ, ବିପିନ ବିହାରୀ ସ୍ଵାଇଁ, ସନ୍ତୋଷ କୁମାର ସ୍ୱାଇଁ,, ଉଲ୍ଲାସ ଚନ୍ଦ୍ର ସ୍ବାଇଁ, ବାଦଲ ମଲ୍ଲିକ l

Leave A Reply

Your email address will not be published.