ଫକୀର ମୋହନ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ମୋ କଲେଜ୍ ଅଭିଯାନର କର୍ମଶାଳା

0

ବାଲେଶ୍ୱର: ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ “ମୋ କଲେଜ୍” ଅଭିଯାନର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାରଦର୍ଶିତା ଲାଭ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା, କଳା, ନେତୃତ୍ୱ ଗ୍ରହଣ, ସ୍ଵପ୍ନ ତଥା ଯୋଜନା ପ୍ରସ୍ତୁତି ଓ ସର୍ଜନଶୀଳତା କ୍ଷେତ୍ରରେ ସାକାରତ୍ମକ ଭୂମିକା ସମ୍ପାଦନ, ଦେଶ ତଥା ରାଷ୍ଟ୍ର ଗଠନ ପ୍ରତି ବିଦ୍ୟାର୍ଥୀଙ୍କ ପ୍ରତିଶୃତିବଦ୍ଧତା, ସ୍ୱେଚ୍ଛାସେବୀ ମନୋଭାବ ; ଦକ୍ଷତା, ବ୍ୟକ୍ତିତ୍ୱ ଓ ପ୍ରତିଭା ବିକାଶରେ ସଚେତନ ପ୍ରୟାସ ଓ ପରିଣତି ସର୍ବୋପରି ପରିବେଶ ପ୍ରତି ଦାୟବଦ୍ଧତା , ଡିଜିଟାଲ୍ ସମୟ ଖଣ୍ଡର ବିଶେଷତ୍ଵ ସହିତ ନିଜକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ଏବଂ ଯୋଗାଯୋଗ କ୍ଷେତ୍ରରେ ନିଜନିଜକୁ କୁଶଳୀ ଓ ପ୍ରବୀଣ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଗୁରୁତ୍ଵ ଦେଇ ମୋ କଲେଜ୍ ଅଭିଯାନକୁ ସଫଳ କରିବାର ବିଭିନ୍ନ ଦିଗ ଉପରେ ଏହି କର୍ମଶାଳାରେ ଆଲୋଚନା କରଯାଇଥିଲା।

ନିଜ ଅଭିଭାଷଣରେ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ କହିଲେ ଯେ“ବ୍ୟକ୍ତିର ସବୁଠାରୁ ଏକ ଅକର୍ଷଣୀୟ ମୁହୂର୍ତ୍ତ ହେଉଛି କଲେଜ୍ ଜୀବନ ; ଏହା ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନର ଏକ ସୁବର୍ଣ୍ଣମୟ ସମୟଖଣ୍ଡ । ନିଜକୁ ଅତୀତ ସହିତ ଯୋଡ଼ି ଭବିଷ୍ୟତ ପାଇଁ ଏକ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଏହି ମୋ କଲେଜ୍ ଅଭିଯାନ ଯୋଜନା ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତିକୁ ଆଖି ଆଗରେ ରଖି ପୁରାତନ ଛାତ୍ରଛାତ୍ରୀ କିପରି ନିଜନିଜର ଅନୁଷ୍ଠାନ ପାଇଁ ମୋ କଲେଜ୍ ଅଭିଯାନ ଯୋଜନା ଜରିଆରେ କାର୍ଯ୍ୟ କରିପାରିବେ ଏବଂ ଦେଶ ଗଠନରେ ସକ୍ରୀୟ ଭୂମିକା ଗ୍ରହଣ କରିପାରିବେ.” ଶିକ୍ଷାନୁଷ୍ଠାନର ବୌଦ୍ଧିକ, ଉତ୍ପାଦନ ଓ ବିତ୍ତୀୟ ଯୋଗଦାନ ମୋ କଲେଜ୍ ଅଭିଯାନର ଯୋଜନାକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ବୋଲି ସେ ମତ ଦେଇଥିଲେ।

 ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନନୀୟ କୁଳସଚିବ ପ୍ରଫେସସର ସନ୍ତୋଷ କୁମାର ତ୍ରୀପାଠି ନିଜ ବକ୍ତ୍ୟବରେ କହିଲେ ” ଫକୀର ମୋହନ ବିଶ୍ୱବିଦ୍ୟାଳୟ ନିଜର ସାମୁହିକ ଉନ୍ନତି ନିମନ୍ତେ ମୋ କଲେଜ ଅଭିଯାନର ସହଯୋଗିତା କାମନା କରୁଛି. କହିବାକୁ ଗଲେ ଅନୁଦାନ ହେଉଛି ତିନି ପ୍ରକାରର- ବିତିୟ,ବୌଦ୍ଧିକ ତଥା ସାମଗ୍ରୀ ଆକାରରେ. ବିତିୟ ଅନୁଦାନ ହିସାବରେ ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ସବୁଠାରୁ ଅଧିକ ପାଣ୍ଠି ଯୋଗାଡ଼ କରିଛି ଯାହା ଦ୍ୱାରା କି ସବୁଠାରୁ ବଡ ସ୍ପୋର୍ଟ୍ସ କଂପ୍ଲେକ୍ସ ର ନିର୍ମାଣ ହେବ ତଥା ବୌଦ୍ଧିକ ଅନୁଦାନ ଅନ୍ତର୍ଗତ ଏକ ଇ-ପାଠାଗାରର ନିର୍ମାଣ କରIଯିବ. ସାମଗ୍ରୀ ଅନୁଦାନ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ଆଲୁମିନି ସାଂସାଦ ଇ-Rickshaw , dustbin ତଥା handicaps ମାନଙ୍କ ପାଈଁ Pullup chair ବିଶ୍ବବିଦ୍ୟାଳୟକୁ ଦାନ କରିଛନ୍ତି.

ଏହି ପରିପ୍ରେକ୍ଷୀରେ “ମୋ କଲେଜ୍” ଅଭିଯାନର ସଂଯୋଜକ ଡ. ଦେବଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାଥମିକ ସ୍ତରରେ ଗୋଟିଏ ସାମୂହିକ ଚେତନାର ପୂର୍ଣ୍ଣତଃ ବିକାଶ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ – ଏ ଦିଗରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ମିଳିତ ଉଦ୍ୟମ ଓ କର୍ତ୍ତବ୍ୟ ଦାୟିତ୍ଵ ସମ୍ପାଦନରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନର ଗୁରୁତ୍ଵ ଉପଲବ୍ଧି ମୋ କଲେଜ୍ ଅଭିଯାନର ଲକ୍ଷ୍ୟ ; ଏହାଦ୍ୱାରା ଉଭୟ ସାମାଜିକ ପରିସ୍ଥିତି ଓ ଆର୍ଥିକ ସ୍ଥିତି ଦୃଷ୍ଟିରୁ ସମାଜକୁ ସମୃଦ୍ଧ କରିବାର ଅବସର ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ “ମୋ କଲେଜ୍ ଅଭିଯାନ” ଯଥାର୍ଥରେ ନିଜର ସ୍ଵରୂପସ୍ଥିତି ପରିଚିତି ମୂଳକ ଅଭିଯାନ ; ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗୀୟ ବୈଶିଷ୍ଟ୍ୟ ସହିତ ଛାତ୍ରଛାତୀ ପରିଚିତ ହୋଇ ବିଭିନ୍ନ କ୍ଷେତ୍ରରେ ବହୁମୂଖୀ ପ୍ରତିଭା ସମ୍ପନ୍ନ ହେବାର ଆବଶ୍ୟକତା ଓ ପ୍ରାସଙ୍ଗିକତାକୁ ଅନୁଭବ କରିବା ପାଇଁ ଏହି ଅଭିଯାନ ଏକ ଭିତ୍ତିଭୂମି ଯୋଗାଇବା ନିମିତ୍ତ ଉପଯୋଗୀ ଅଟେ ବୋଲି ନିଜର ମତ ରଖିଥିଲେ। କୁଳସଚିବ ଶ୍ରିମତୀ କୁକୁମୀନା ଦାସ ଏକ ଗୌରବମୟ ଓ ସମ୍ମାନ ଜନକ ସ୍ଥିତିରେ ନିଜକୁ ସଂସ୍ଥାପିତ କରିବା ପାଇଁ ମୋ କଲେଜ୍ ଅଭିଯାନ ଛାତ୍ରଛାତ୍ରୀ ସମ୍ମୁଖରେ ଅନେକ ବିକଳ୍ପ ପ୍ରସ୍ତୁତ କରିଛି ; ଏହାଦ୍ୱାରା ବିଦ୍ୟାର୍ଥୀ ଉତ୍ସାହିତ ହୋଇପାରିବେ ବୋଲି ମତ ଦେଇଥିଲେ। ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୁରାତନଛାତ୍ର ସଂସଦର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାତୃଅନୁଷ୍ଠାନ ସହିତ ଯୋଡ଼ି ହୋଇ ରହିବା ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମୋ କଲେଜ୍ ଅଭିଯାନ ଯୋଜନା ଏକ ବୃହତ୍ତର କ୍ଷେତ୍ର ଯୋଗାଇଛି ; ଏ ଦିଗରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବେଶ୍ ଅଗ୍ରଗତି କରିଛି ବୋଲି ମତ ଦେଇଥିଲେ। ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବୌଦ୍ଧିକ, ଉତ୍ପାଦନ ଓ ବିତ୍ତୀୟ ଅବଦାନକୁ ପ୍ରାଥମିକତା ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ କୃଷି କ୍ଷେତ୍ରରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରିଛି ବୋଲି ପ୍ରକାଶ କରିବା ସହିତ ଶିକ୍ଷାନୁଷ୍ଠାନ ସହିତ ବିଦ୍ୟାର୍ଥୀ ମାନଙ୍କୁ ଏହି ତିନୋଟି ଫର୍ମ୍ ରେ ଯୋଡ଼ିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ପୁରାତନ ଛାତ୍ରସଂସଦ ତଥା ଫକୀର ମୋହନ ବିଶ୍ଵବିଦ୍ୟାଳୟ ପ୍ରାକ୍ତନୀର ଉପସଭାପତି ଡ. ମୀନତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.