ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର’ର ୱେବ୍‌ସାଇଟ୍ ଉନ୍ମୋଚିତ

0

କଳା ପ୍ରତି ମା’ଙ୍କ ସମର୍ପଣକୁ ଇଶା ଅମ୍ବାନିଙ୍କ ସଲାମ

  • ଦର୍ଶକଙ୍କ ପାଇଁ ମାର୍ଚ୍ଚ ୩୧ରୁ ସେଂଟର ଖୋଲିବ

  • ବିଶାଳ ଥିଏଟରରେ ୨ ହଜାର ଦର୍ଶକ ବସିପାରିବେ

  • ୧୬ ହଜାର ବର୍ଗଫୁଟ୍‌ର ଆର୍ଟ ହାଉସ୍ ରହିବ

ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ କରାଯାଉଥିବା “ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ତାହାକୁ ଦର୍ଶକମାନଙ୍କ ଲାଗି ଖୋଲାଯିବ ।
ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି । ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି । ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି।
ଏକ ଭିଡିଓ ବାର୍ତାରେ ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ ହୋଇପାରିଛି । ଭାରତରେ ମୂର୍ତିକଳା, ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରକାରୀ ଆଦିର ଏକ ପରମ୍ପରା ରହିଛି । ମୋର ସ୍ୱପ୍ନ ହେଉଛି ଭାରତର ଏହି କଳାର ସୁଗନ୍ଧ ସାରା ଦୁନିଆରେ ପହଂଚୁ । ମୋ ପିଲାଦିନର ସ୍ୱପ୍ନକୁ ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର ପୂରଣ କରିଛି । ମୁଁ ଆଶା କରୁଛି ଯେ କଳାକାରମାନେ ଏଠାକୁ ଆସି ସେମାନଙ୍କ କଳ୍ପନାକୁ ପୂରଣ କରିପାରିବେ ।’’
“ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର (ଏନ୍‌ଏମ୍‌ଏସିସି)ରେ ଏକ ତିନି ମହଲା କୋଠାରେ ପରଫରମିଂ ଓ ଭିଜୁଆଲ ଆର୍ଟସ୍‌କୁ ପ୍ରଦର୍ଶିତ କରାଯିବ । ଫରଫରମିଂ ଆର୍ଟସ୍ ଲାଗି ଦି ଗ୍ରାଣ୍ଡ୍ ଥିଏଟର, ଦି ଷ୍ଟୁଡିଓ ଥିଏଟର ଏବଂ ଦି କ୍ୟୁବ୍ ଭଳି ଅତି ସୁନ୍ଦର ଥିଏଟର ତିଆରି କରାଯିବ । ସବୁ ଥିଏଟରରେ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରାଯିବ । ଦି ଗ୍ରାଣ୍ଡ୍ ଥିଏଟରରେ ଏକସଙ୍ଗେ ଦୁଇ ହଜାର ଦର୍ଶକ କାର୍ଯ୍ୟକ୍ରମର ମଜା ନେଇପାରିବେ । ଭାରତୀୟ ଓ ଅନ୍ତର୍ଜାତୀୟ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍‌ର ମଧ୍ୟ ଶୁଭାରମ୍ଭ କରାଯିବ ।

Leave A Reply

Your email address will not be published.