୫ ଦଫା ଦାବି ନେଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳାବ୍ୟାଜ ପରିଧାନ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ , ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶ୍ରିକାଙ୍କ ପକ୍ଷରୁ ୫ ଦଫା ଦାବିରେ ଗତ ୭ ତାରିଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି।
ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ଦାବି ଗୁଡିକ ମଧ୍ୟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ କ୍ୟାଡ଼ର ପୁର୍ନଗଠନ , ଚାକିରି କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି , ଗ୍ରେଡ଼ ପେ ପ୍ରଦାନ , ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା , ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରିବା , ପଦବୀର ନାମ ପରିବର୍ତ୍ତନ କରିବା ଆଦି ଦାବି ରହିଛି। ମହାସଂଘର ଦାବିଗୁଡିକୁ ରାଜ୍ୟ ସରକାର ପୂରଣ କରିବାରେ କାଳ ବିଳମ୍ବ କରୁଛନ୍ତି। ଏହାର ପ୍ରତିବାଦରେ ମହାସଂଘର ନିଷ୍ପତ୍ତି କ୍ରମେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକାମାନେ କଳା ବ୍ୟାଜ ପରିଧାନ କରିଛନ୍ତି। ଆସନ୍ତା ୧୪ ରୁ ଅସହଯୋଗ ଓ ୨୧ ରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣା ଦିଆଯିବ ବୋଲି ଅନୁସୂୟା ପଣ୍ଡା , କାଞ୍ଚନ ପାଣ୍ଡି , ଲିଳିତ କୁମାର ମହାନ୍ତି , ଜି. ରତିଦେଓ , ବେବି ରାଧାରାଣୀ ଜେନା , ଶାନ୍ତି କୁମାରୀ ଜେନା , ପଦ୍ମୟୀ , ସୁଜାତା ପାଢ଼ି , ରଶ୍ମିତା ପଟ୍ଟନାୟକ , ଅଞ୍ଜଳି ବାରିକ ପ୍ରମୁଖ ସୂଚନା ଦେଇଛନ୍ତି।

Leave A Reply

Your email address will not be published.