ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୋଷ

0

ଭଦ୍ରକ:ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାସୁଦେବପୁର ବାଲିଛନ୍ଦା ଆର.ଡି ରୋଡ ମାଛହାଟ ଠାରୁ ଇରମ ପର୍ଯ୍ୟନ୍ତ ଆର.ଡି ରାସ୍ତା ନିର୍ମାର କାର୍ଯ୍ୟ ଅଧପନ୍ତରିଆକୁ ନେଇ ବଢୁଛି ଜନ ଅସନ୍ତୋଷ।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୂଯାୟୀ ରାସ୍ତା ନିର୍ମାଣ ନାମରେ ଦୀର୍ଘ ଦିନ ଧରି ରାସ୍ତାରେ ମେଣ୍ଟାଲ,ଏବଂ କ୍ରସର ଗୁଣ୍ତ ବିଛାଇ ଥିବାରୁ ଯାତାୟତରେ ବାଧା ପ୍ରାପ୍ତ ହେଉଛି।ରାସ୍ତାଟି ରକ୍ତତୀର୍ଥ ଇରମ ସଂଯୋଗ କରିଥିବା ସହ ଏହି ରାସ୍ତାରେ ଆଦର୍ଶ ବିଦ୍ୟାଳୟ,ଗୋଟିଏ କଲେଜ,୪ଟି ଉଚ୍ଚ ବିଦ୍ୟାଳୟ, ୩ଟି ପ୍ରାଥମିକ ବିଦ୍ୟାଳୟ ସମେତ ଇରମ,ନୂଆଗାଁ,ସୁଦର୍ଶନପୁର ଆଦି ଅଞ୍ଚଳର ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତା ଉପରେ ଯିବା ଆସିବା ପାଇଁ ନିର୍ଭର କରନ୍ତି।କିନ୍ତୁ ଠିକାଦାରଙ୍କ ମନମୂଖୀ କାର୍ଯ୍ୟ ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ମେଣ୍ଟାଲ ଗୁଡିକ ଉପରକୁ ବାହାରି ଥିବାରୁ ଛିଟିକି ବାଇକ ଏବଂ ସାଇକେଲ ଚାଳକଙ୍କ ଦେହରେ ବାଜି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ କରି ଶୁକ୍ରବାର ଇରମ,ଅଢୂଆଁ,ନୂଆଗାଁ,ଶୁଦର୍ଶନପୁର ଅଞ୍ଚଳ ବାସିନ୍ଦା ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟଳୟ ଏବଂ ବାସୁଦେବପୁର ଆର.ଡି. କାର୍ଯ୍ୟାଳୟରେ ରାସ୍ତା କାର୍ଯ୍ୟ ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ଏକ ଲିଖିତ ଦାବି କରିବା ସହ ସମସ୍ଯା ସମାଧାନ ନହେଲେ ୭ଦିନ ମଧ୍ୟରେ ଜନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଦେବାଶିଷ ଘଡିଆ, ଚିନ୍ମୟ ନାୟକ,ବିଜୟ ପଣ୍ଡା, ଜଲେନ୍ଦ୍ର ଦଳାଇ,ପ୍ରକାଶ ଦଳେଇ ପ୍ରମୁଖ।

Leave A Reply

Your email address will not be published.