ରୋଗୀଙ୍କ ସେବାରେ ସମର୍ପିତ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ

0

ରାତି ହେଉ ଅବା ଦିନ, ରୋଗୀଙ୍କ ପାଇଁ ଅହରହ ସଜାଗ ରହିଛି ଓଡ଼ିଶା ମୋ ପରିବାର । ଅସହାୟ ରୋଗୀଙ୍କୁ ରକ୍ତ ଯୋଗାଇବା, ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବା ରୋଗୀଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ତଥା ସେମାନଙ୍କୁ ଆବଶ୍ୟକ ଥିବା ସମସ୍ତ ଚିକିତ୍ସା ସହାୟତା ଯୋଗାଇବା ସହିତ ବିପନ୍ନ ବ୍ୟକ୍ତିଙ୍କ ପରିବାର ସଦସ୍ୟ ପରି ତାଙ୍କ ସେବାରେ ନିଜକୁ ନିୟୋଜିତ କରୁଛନ୍ତି ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀମାନେ । ଏହାର ଅନନ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ଓଡ଼ିଶା ମୋ ପରିବାର ଦ୍ଵାରା ଅବସ୍ଥାପିତ ବୁର୍ଲା, ଭିମସାର ହସ୍ପିଟାଲରେ ଥିବା ହେଲ୍ପଡ଼େସ୍କ ସହଯୋଗୀ ଧିରେନ୍ଦ୍ରଙ୍କ ଠାରେ । ଯିଏକି ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଅସହାୟ ଝିଅର ଦୁଃଖ ନ ଦେଖି ପାରି, ନିଜେ ରକ୍ତ ଦାନ କରିଥିଲେ ।
ଗତକାଲି କିଡ଼ନୀ ରୋଗରେ ପୀଡ଼ିତ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ୧୩ବର୍ଷିୟା ଝିଅ ସୁଶୀଳା ନାୟକଙ୍କର ଚିକିତ୍ସା ଚାଲିଥିବା ସମୟରେ ଜରୁରୀ ରକ୍ତର ଆବଶ୍ୟକତା ଥିଲା । ତାଙ୍କର ବ୍ଲଡ଼ ଗ୍ରୁପ୍ o+ve ଥିଲା । ବାପା ଓ ମା’ ଦୁହେଁ ହସ୍ପିଟାଲ ବିଷୟରେ ଅଜ୍ଞ ଥିବାରୁ ରକ୍ତ ଯୋଗାଡ଼ କରି ନପାରି ମୁଣ୍ଡ ପାତି କାନ୍ଦୁଥିଲେ । ଠିକ୍ ସେହି ସମୟରେ ନିଜ ଡ୍ୟୁଟି ସାରି ଯାଉଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଧୀରେନ୍ଦ୍ର, ସେମାନଙ୍କୁ ଅସହାୟ ଅବସ୍ଥାରେ ଲକ୍ଷ୍ୟ କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ସଙ୍ଗେସଙ୍ଗେ ନିଜେ ରକ୍ତ ଦାନ କରିବାକୁ ଆଗେଇ ଆସିଥିଲେ । ରକ୍ତ ଦିଆଯିବା ପରେ ଝିଅଟି’ର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା । ଧିରେନ୍ଦ୍ରଙ୍କ ଏପରି ମହତ୍ କାର୍ଯ୍ୟକୁ ହସ୍ପିଟାଲରେ ଥିବା ସମସ୍ତ କର୍ମଚାରୀ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଝିଅର ବାପା, ମା’ ଦୁହେଁ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.