ହରିଶଙ୍କର ମନ୍ଦିର ଚତୁଃପାର୍ଶ୍ଵ ବିକାଶ ସମ୍ପର୍କିତ ବୈଠକ

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପାଟଣାଗଡ଼ ଉପଖଣ୍ଡର ଉପଜିଲ୍ଲାପାଳ ଡା.ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଉନ୍ନତିମୂଳକ କାର୍ଯ୍ୟ ଓ ମନ୍ଦିରର ଚର୍ତୁଃପାଶ୍ୱର୍ ବିକାଶ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଅର୍ଜୁନ କୁମାର ବେହେରା, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଓ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ହରିଶଙ୍କର ମନ୍ଦିରର ପାରିପାର୍ଶ୍ଵିକ ବିକାଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫ କୋଟି ଟଙ୍କାର ଅନୁଦାନ ଦେଇଥିବାବେଳେ ବିଭିନ୍ନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଏଦିଗରେ କିପରି ସୂଚାରୁ ରୂପେ କାର୍ଯ୍ୟ ଶେଷ ହୋଇପାରିବ ସେନେଇ ଆଲୋଚନା ହେବାସହ ରୋଷେଇ ଘର, ଭୋଗ ମଣ୍ଡପ, ମ୍ୟୁଜିୟମ ଓ ସୂଚନା କେନ୍ଦ୍ର ଆଦି କାର୍ଯ୍ୟ ସମ୍ପର୍କରେ ଦେବୋତ୍ତର କମିଟି ସହ ବଣିକ ସଂଘର ସଦସ୍ୟ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେବୋତ୍ତର କମିଟି ସଦସ୍ୟ ଶଶି ପୁଝାରୀ, ବିପ୍ର ବିଶି, ଅଭୟ ତ୍ରିପାଠୀ, ସୁନିଲ ଗୋଏ, ଇନ୍ଦୁ ଭୂଷଣ ଠାକୁର, ରୋହିତ ମେହେର, ନବୀନ ମେହେର, ଅର୍ଜୁନ ଅଗ୍ରୱାଲ, ଝାରୁ ମେହେର, ଗଜ ନାଗ, ସୁଶିଲ ଗୁରୁ, କ୍ଷମା ଭୋଇ, ପ୍ରହ୍ଲାଦ ଚାନ୍ଦ ଓ ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.