କେରିଲୋ ପ୍ରସିଦ୍ଧ ସାଇନାଥ ବାବାଙ୍କ ଅଷ୍ଟମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା ଅନୁଷ୍ଠିତ l

0

ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ:  ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଞ୍ଚାୟତ  ସାଇ ପରିଚାଳନା ସମିତି ସାଇଧାମ କେରିଲୋ ଠାରେ ଶ୍ରୀ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ବାବାଙ୍କ ଅଷ୍ଟମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ କୁଲଗାଁଈଶାଳୋ ମା ମଙ୍ଗଳା  ଲୁଣା ଘାଟରୁ ଏକ ବିରାଟ ସୋଭାଯାତ୍ରା ରେ କଳସି ରେ ପାଣି ଆଣି କେରିଲୋ ସ୍ଥିତ ସାଇ ମନ୍ଦିର ପରିସରରେ ସ୍ଥାପନା କରିଥିଲେ l ତେବେ ସମଗ୍ର ପରିସର ଏହି ସମୟରେ ଘଣ୍ଟ, କାହାଳି, ସାଇନାମ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଯଜ୍ଞ ଉତ୍ସବ ର କଳସ ଯାତ୍ରା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ବେଳେ ବୁଧବାର ଦିନ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମାଜସେବୀ ବ୍ରଜମୋହନ ପଣ୍ଡା, ଜିଲ୍ଲା ପରିଷଦ ଭୁପତି ଭୁଷଣ ଷଣ୍ଡ ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ପୂର୍ଣ୍ଣ ସହଯୋଗ କରୁଛନ୍ତି l ଏହି କାର୍ଯ୍ୟକ୍ରମ ର ପ୍ରତ୍ୟକ ସନ୍ଧ୍ୟା ରେ ସାଇ ବାବା ଙ୍କ ପ୍ରବଚନ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି l

Leave A Reply

Your email address will not be published.