ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ । ଏହି ଅଧିବେଶନର ବୈଠକ ୨୬ ଦିନ ଧରି ଚାଲିବ ବୋଲି ଜଣା ପଡିଛି ।

0

ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପଯର୍ୟନ୍ତ ·ଲିବ  ।  ।  ଏହି ଅଧିବେଶନରେ ୨୬ଟି କାର୍ଯ୍ୟକାରୀ ଦିବସ ରହିଛି । ଏସମ୍ପର୍କରେ ରାଜ୍ୟପାଳ ଡ. ଏସ.ସି ଜମୀର ସମନ ଜାରୀ କରିଛନ୍ତି  । ଏହା ଆଧାରରେ ଓଡିଶା ବିଧାନସଭା ସଚିବାଳୟ  ପକ୍ଷରୁ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାନସଭାପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୨୮ ତାରିଖ ଦିନ ବିଧାନସଭା ବୈଠକ ପୂର୍ବାହ୍ନ ୧୧ ଟାରେ ବସିବ  । ଅନ୍ୟ ଦିନ ମାନଙ୍କରେ ପୂର୍ବାହ୍ନ ୧୦ଟା ୩୦ରେ ଗୃହର ବୈଠକ ଆରମ୍ଭ ହେବ  । ଏଥିରେ ୧୬ଟି ସରକାରୀ ଦିବସ ରହିଥିବା ବେଳେ ୫ଟି ବେସରକାରୀ ଦିବସ ରହିଛି  । ବିଭିତ୍ତ ବିଭାଗର ଖର୍ଚ୍ଚ ଦାବି ସହ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ସଂକ୍ରାନ୍ତୀୟ ବିନିମୟ ବିଲ୍ ଉପରେ ଆଲୋଚନା ପାଇଁ ୫ ଦିନ ରଖାଯାଇଛି  । 

ନଭେମ୍ବର ୨୮ , ୨୯ , ୩୦ , ଡିସେମ୍ବର ୪,୫,୬ , ୧୩ ,୧୪ , ୧୬,୧୮,୧୯,୨୦,୨୧,୨୩, ୨୬,୨୮ ଓ ୩୦ ତାରିଖକୁ ସରକାରୀ ଦିବସ ଭାବେ ରଖାଯାଇଛି  । ସେହିପରି ଡିସେମ୍ବର ୧ , ୧୫,୨୨,୨୭ ଓ ୨୯ ତାରିଖ ଦିନ ବେସରକାରୀ ଦିବସ ରହିଛି  । ଡିସେମ୍ବର ୨ ତାରିଖ ମହମ୍ମଦ ଜୟନ୍ତୀ ବିଧାନସଭା ଛୁଟି ରହିବ  । ସେହିପରି ଡିସେମ୍ବର ୨୫ ତାରିଖ ବଡଦିନ ପାଇଁ ଛୁଟି ରହିବ  । ଡିସେମ୍ବର ୩ ରବିବାର , ୯ ଓ ୧୦ ଦ୍ୱିତୀୟ ଶନିବାର ଓ ରବିବାର , ୨୪ ତାରିଖ ରବିବାର ପଡୁଥିବାରୁ ଗୃହ ବନ୍ଦ ରହିବ  ।

ନଭେମ୍ବର ୩୦ ତାରିଖ ଦିନ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶି ଭୂଷଣ ବେହେରା ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ  ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ  । ଡିସେମ୍ବର ୭,୮ ଓ ୧୧ ତାରିଖ ଦିନ ବିଭାଗୀୟ ଖର୍ଚ୍ଚ ଦାବି  ଉପରେ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଛି  । ଏହି ଅଧିବେଶନ କାଳରେ କେଉଁ ଦିନ କେଉଁ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେବ ତାର ଦିନ ଧାଯର୍ୟ ହୋଇଛି । ଏ ସମ୍ପର୍କରେ ମଧ୍ୟ ଆଉ ଏକ ବିଜ୍ଞପ୍ତି ବିଧାନସଭା ସଚିବାଳୟ ତରଫରୁ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଆରମ୍ଭ ଦିନ ନଭେମ୍ବର ୨୮ ଓ ଡିସେମ୍ବର ୫, ୧୨, ୧୯, ୨୬ ତାରିଖରେ ପଂ·ୟତରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉତ୍ତୟନ, ଜଙ୍ଗଲ ଏବଂ ପରିବେଶ, କ୍ରୀଡ଼ା ଯୁବ ସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ସୂଚନା ଲୋକ ସମ୍ପର୍କ ବିଭାଗୀୟ ପ୍ରଶ୍ନ ଉପରେ ଆଲୋଚନା ହେବ । ସେହିପରି ନଭେମ୍ବର ୨୯, ଡିସେମ୍ବର ୬, ୧୩, ୨୦, ୨୭ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଶ୍ରମ ଏବଂ କର୍ମ·ରୀ ବୀମା, ମତ୍ସ୍ୟ ପଶୁ ସମ୍ପଦ ବିକାଶ, ସମବାୟ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉପରେ ଆଲୋଚନା କରାଯିବ । ନଭେମ୍ବର ୩୦, ଡିସେମ୍ବର ୭, ୧୪, ୨୧, ୨୮ ତାରିଖରେ ବିଦ୍ୟାଳୟ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ସଂଯୋଜନା, ଆଇନ, ବିଜ୍ଞାନ ଓ ବୈଷୟିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଶ୍ନ ଉପରେ ଆଲୋଚନା କରାଯିବ ।

ସେହିପରି ଡିସେମ୍ବର ୧, ୮, ୧୫, ୨୨, ୨୯ ଗୃହ ନିର୍ମାଣ, ନଗର ଉତ୍ତୟନ, ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି, ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଇସ୍ପାତ ଏବଂ ଖଣି ସାମାଜିକ ସୁରକ୍ଷା ଏବଂ ଭିତ୍ତକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେବ । ଏହା ବ୍ୟତୀତୀ ଡିସେମ୍ବର ୧୬, ୨୩, ୩୦ ତାରିଖରେ ଅନୁସୂଚିତ ଜାତି, ଜନଜାତି ବିକାଶ, ସଂଖ୍ୟାଲଘୁ, ଏବଂ ପଛୁଆବର୍ଗ କଲ୍ୟାଣ, ବାଣିଜ୍ୟ, ପଯର୍ୟଟନ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ପରିବହନ ଏବଂ ସଂସ୍କୃତି ବିଭାଗର ପ୍ରଶ୍ନ ଉପରେ ଆଲୋଚନା କରାଯିବ ।

Leave A Reply

Your email address will not be published.