ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଆ ଜାତି ଯଥୋଚିତ ସମ୍ମାନ ଦେଇପାରିନି

0

ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳିତ

ବାଲିକୁଦା – ସ୍ବାଧୀନତା ର ପରବର୍ତ୍ତୀ ଅବସ୍ଥାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଗାନ୍ଧୀବାଦୀ ନେତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ରାଜ୍ୟ ସରକାର ପ୍ରଚାର ପ୍ରସାର ଦିଗରେ ଅବହେଳା ପ୍ରଦର୍ଶନ କରିଛନ୍ତି। ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଯେତିକି ପ୍ରାଧାନ୍ୟ ଦିଆଯାଇଛି ସ୍ବର୍ଗତ ଚୈଧୁରୀଙ୍କ ପାଇଁ ତାହା କରାଯାଇନାହିଁ ବୋଲି ବକ୍ତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ନବଗଠିତ ନବ ଉତ୍କଳ ର ନିର୍ମାତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ବିଚାର ମଞ୍ଚ ପକ୍ଷରୁ ବଡ଼ଚଣା ବ୍ଲକ ବଣିଆରି ଠାରେ ୧୨୧ ତମ ଜନ୍ମ ଜୟନ୍ତୀ ମଞ୍ଚର ସଭାପତି ଶୁଭେନ୍ଦୁ ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ସରପଞ୍ଚ ଖଗେଶ୍ବର ଜେନା ଉସ୍ଛବ କୁ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୂଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଗିରିଜା ଦାଶ ଯୋଗଦେଇ ତତ୍କାଳୀନ ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆ ଭାଷା ଭାଷୀ ଙ୍କ ଏକତ୍ରିକରଣ, କୃଷି ଓ ପ୍ରାଥମିକ ଶିକ୍ଷା ର ବିକାଶ ଦିଗରେ ସ୍ବର୍ଗତ ଚୈଧୁରୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ତଥା ଆଡଭୋକେଟ ହିମାଂଶୁ କୁମାର ଲେଙ୍କା, ଯୁବସମାଜ ସେବୀ ଦେବାଶିଷ ଭୂୟାଁ, ବଡ଼ଚଣା ବିକାଶ ପରିଷଦ ସମ୍ପାଦକ ସୁମନ୍ତ କୁମାର ଜେନା,ବିରେନ ପଶାୟତ,ବିଜୟ କୁମାର ସ୍ବାଇଁ, ସୁରେଶ ଚନ୍ଦ୍ର ସାହାଣୀ, ଲୋକନାଥ ମହାରଥୀ, ଆଲୋକ କୁମାର ସ୍ବାଇଁ, ଶମ୍ଭୁନାଥ କର,ଶଙ୍କୁନା କଅର, ରାଜେନ୍ଦ୍ର ନାରାୟଣ ରାୟ,ଜୀବନ ମହାପାତ୍ର, ଶ୍ରୀକାନ୍ତ ମଲ୍ଲିକ , ତ୍ରୈଲୋକ୍ୟ ବିଶ୍ବାଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ଚୈଧୁରୀଙ୍କ ଜୀବନାଦର୍ଶକୁ ରାଜ୍ୟ ର କୋଣାନୁକୋଣରେ ପ୍ରଚାର ପ୍ରସାର ପାଇଁ ଏକ କମିଟି ସ୍ଥାୟୀ ସଭାପତି ଶୁଭେନ୍ଦୁ ମହାନ୍ତି ଙ୍କ ସଂଯୋଜନାରେ ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଆସନ୍ତା ଜାନୁଆରୀ ମାସ ୨୯ ତାରିଖ ରେ ପ୍ରସିଦ୍ଧ ବୈଦ୍ଧପୀଠ ଉଦୟଗିରି ଠାରେ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା। ବରିଷ୍ଠ ସମାଜସେବୀ ସଞ୍ଜୟ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.