ସାମାଜିକ ଗଣମାଧ୍ୟମରେ ସୁଶାନ୍ତ ସିଂ ଙ୍କୁ ହତ୍ୟା ଷଡ଼ଯନ୍ତ୍ର ଚର୍ଚ୍ଚା

0
  • ଏହା ପୂର୍ବରୁ ବିଜେପୁର ଉପନିର୍ବାଚନ ରେ ହୋଇଥିଲା ତାଙ୍କ ଡ୍ରାଇଭର ର ହତ୍ୟା

  • ଆପତ୍ତିଜନକ ପୋଷ୍ଟ ହୋଇଥିବା ଆକାଉଣ୍ଟ ବର୍ତ୍ତମାନ ଖୋଲୁନାହିଁ ।

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆଉ ମତ୍ତ କେଇଟା ଦିନ ପରେ ଉପନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ରହିଛି । ଏହିଭଳି ସ୍ଥିତି ଆଜି ସାମାଜିକ ଗଣମାଧ୍ୟମ ରେ ହଟାତ ଏକ ପୋଷ୍ଟ ଦେଖି ସଧାରଣ ଜନତା ଙ୍କର ମନରେ ଏକ ଅଜଣା ଭୟ ଓ ସନ୍ଦେହ ଜାତ ହେବାରେ ଲାଗିଛି । ଉକ୍ତ ପୋଷ୍ଟ ଟି ବର୍ତ୍ତମାନ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ଫେସବୁକ ରେ ପିଙ୍କୁ କମ୍ପ ନାମକ ଜଣେ ଯୁବକ 26 ତାରିଖ ଦିନ ଭୁବନେଶ୍ୱର ରୁ ପଦ୍ମପୁର ଆସୁଛି , ଗୁଳିର ଜବାବ ଗୁଳିରେ ଦିଆଯିବ , କେତେ ସୁଶାନ୍ତ ସିଂ ଓ କେତେ ସୁବ୍ରତ ସିଂ ରଖିଛ ଦେଖିବା ,ଓପନ ଚେଲେଞ୍ଜ ବୋଲି ପୋଷ୍ଟ କରିଥିବା ବେଳେ ଅନ୍ୟ ଏକ ପୋଷ୍ଟ ରେ ଗୋଟିଏ ନୂଆ ମାଉଜର ର ଭିଡିଓ ପୋଷ୍ଟ କରିଛି । ହେଲେ ବର୍ତ୍ତମାନ ଏହି ଫେସବୁକ ଆକାଉଣ୍ଟ ଆଉ ସୋ କରୁନାହିଁ । ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ନିଜ ପୋଷ୍ଟ ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କର ସହିତ ଦୁଇଟି ଫୋଟୋ ମଧ୍ୟ ପୋଷ୍ଟ କରିଛି ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେପୁର ଉପନିର୍ବାଚନ ରେ ମଧ୍ୟ ଶ୍ରୀ ଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚା ଯାଇ ଗାଡି ଉପରେ ଆକ୍ରମଣ କରାଯାଇଥିଲା କିନ୍ତୁ ସେ ସେହି ଗାଡ଼ିରେ ନ ଥିଲେ ଏବଂ ଅକାରଣରେ ତାଙ୍କର ଡ୍ରାଇଭର ର ଜୀବନ ଗଲା । ଉପନିର୍ବାଚନ ରେ ବିରୋଧୀ ନିଜର ଶୋଚନୀୟ ପରାଜୟ କୁ ଅନୁଭବ କରି ସାରିଲେଣି ତେଣୁ ଏହିଭଳି ଚକ୍ରାନ୍ତ କରିଥାଇ ପାରନ୍ତି ବୋଲି ଶ୍ରୀ ସିଂ ମତ ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ରେକର୍ଡ ବିଜୟ ଓ ନିଜର ଶୋଚନୀୟ ପରାଜୟ ହେଉଥିବା ଜାଣି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିରୋଧୀ ମାନଙ୍କ ଏହିଭଳି ଅସଫଳ ପ୍ରୟାସ କୁ ପଦ୍ମପୁର ବାସୀ କଡା ଜବାବ ଦେବେ ବୋଲି ଯୁବ ଜନତା ଦଳ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି ।

Leave A Reply

Your email address will not be published.