ଭୁବନେଶ୍ୱର : ରାଜ୍ୟରେ ଚକଡା ପୋକ ଲାଗିବା ଓ ମରୁଡି ପରିସ୍ଥିତି କାରଣରୁ ଚାଷୀ ମାନଙ୍କର ସମସ୍ୟାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ କୃଷି ସମ୍ବନ୍ଧୀୟ ସଂସଦୀୟ କମିଟିର ଅଧ୍ୟକ୍ଷ ହୁକୁମ ଦେବ ନାରାୟଣ ଯାଦବଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ରାଜ୍ୟର ଚାଷୀ ମାନଙ୍କର ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯାଇଥିବା କାରଣରୁ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏହି ଅବସରରେ ଶ୍ରୀ ଯାଦବ ଚାଷୀ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ।
ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ସକାଳେ ଶ୍ରୀ ଯାଦବଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଚକଡା ପୋକ ଲାଗିବା ଓ ମରୁଡି କାରଣରୁ ଚାଷୀ ଆତ୍ମହତ୍ୟା ହେବା ସମ୍ପର୍କରେ ଉଲ୍ଲେଖ ରହିଛି ।