ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

0

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିର୍ବାଚନ ଶାଖା ପକ୍ଷରୁ ଭୋଟର ସଚେତନତା ରାଲି  ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ୧୭ ବର୍ଷରୁ ଅଧିକ ଯୋଗ୍ୟ ଯୁବକ-ଯୁବତୀଙ୍କୁ ନାଗରିକ ଯୋଗ୍ୟତା ପ୍ରଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ-୨୦୨୩କୁ ନେଇ ଏହି ଜନ ସଚେତନତା ରାଲି ସହର ପରିକ୍ରମା କରିଛି । ନୂତନ ଭୋଟର ପଞିକରଣ ପାଇଁ ନଭେମ୍ବର ୯ତାରିଖରୁ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଭିଯାନରେ ନାମ ପଞିକରଣ,ଭୋଟର ତାଲିକାରେ ଥିବା ତଥ୍ୟ ସଂଶୋଧନ ଓ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସଂଯୋଗୀକରଣ କରିବାକୁ ଜନ ଜାଗରଣ ସୃଷ୍ଟି କରାଯାଇଛି । ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଆୟୋଜିତ ଏହି ରାଲିକୁ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ନିର୍ବାଚନ ଅଧିକାରୀ ଯଶସ୍ବିନୀ ପୃଥାଳ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ବିନୀ ଭୋଇ ଉପସ୍ଥିତ ରହିଥିଲେ, ଏହି ଶୋଭାଯାତ୍ରା ପୁରୁଣା ଟାଉନ ହଲ ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳ ସୋନପୁର ଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲା । ଆଜି  ନିର୍ଦେଶ ମୁତାବକ ଜିଲ୍ଲାର ପ୍ରତ୍ୟେକ ବୁଥ୍ ରେ ବି ଏଲ ଓ ମାନଙ୍କ ଦ୍ୱାରା ଭୋଟର ଙ୍କୁ ଚୁନାବ ପାଠଶାଳା ଜରିଆରେ ମତଦାନ ତଥା ଭୋଟର ତାଲିକା ସମ୍ୱନ୍ଧୀୟ ବିଷୟରେ ସଚେତନତା କରାଇଥିଲେ l ପରେ ପରେ ଅପରାହ୍ନରେ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ରେ ଚିଠା ଭୋଟର ତାଲିକା ତଥା ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରର ସ୍ଥାନାତରଣ ର ତାଲିକା ଜିଲ୍ଲାରେ ସ୍ଥିତ ଜାତୀୟ ତଥା ରାଜ୍ୟ ସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିଙ୍କୁ  ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପ୍ରଦାନ କରି ଚିଠା ଭୋଟର ତାଲିକା ଓ ବୁଥ୍ ସ୍ଥାନାତରଣ ପ୍ରସ୍ତାବ ଉପରେ ଉପସ୍ଥିତ ପ୍ରତିନିଧିଙ୍କ ସହିତ ଆଲୋଚନା କରି  ସେମାନଙ୍କ ମତାମତ ନେଇଥିଲେ l

ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ବିରମାହାରାଜପୁର ଅଶୋକ ଭୋଇ, ଡେପୁଟି କଲେକ୍ଟର ଯଶସ୍ବୀନି ପୃଥାଲ, ବିଡ଼ିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ,ଜିଲ୍ଲା ବି ଜେ ଡି ଦଳ ପ୍ରତିନିଧି କଇଁରୁ ସ୍ୱାଇଁ, ବିଜେପି ପ୍ରତିନିଧି ସୁକାନ୍ତ କୁମାର ସାହୁ, କମ୍ୟୁନିଷ୍ଟ ପାର୍ଟି ପ୍ରତିନିଧି ଗୋବିନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ରହି ଚିଠା ଭୋଟର ତାଲିକା ଗ୍ରହଣ କରିଥିଲେ l

Leave A Reply

Your email address will not be published.