ଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ସ୍ମାର୍ଟ କ୍ଲାସ ରୁମ୍ ଉଦ୍‌ଘାଟିତ:

0

 ଛାତ୍ରୀମାନଙ୍କ ଦାବି ପରେ ଇ-ଲାଇବ୍ରେରୀ ପାଇଁ ୧୦ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ନତକାଇ ବାଣୀନଗର ସ୍ଥିତ ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟରେ ଯୋଗଦାନ କରି ଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ନବନିର୍ମିତ ସ୍ମାର୍ଟ କ୍ଲାସ ରୁମ୍ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନେ ପାଠପଢିବା ପାଇଁ ଏକ ଇ-ଲାଇବ୍ରେରୀ କରିବା ପାଇଁ ଦାବି କରିଥିଲେ । ଛାତ୍ରୀମାନଙ୍କ ଦାବି ମୁତାବକ ବିଧାୟକ ପ୍ରତାପ ଜେନା ଇ-ଲାଇବ୍ରେରୀ କାର୍ଯ୍ୟ କରିବା ପାଇଁ ୧୦ଲକ୍ଷ ଟଙ୍କା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷା ନିବେଦିତା ଦାଶ, ପୁଷ୍ପିତା ଜେନା, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି ରମାକାନ୍ତ ମହାନ୍ତି,ଜିଲ୍ଲା ପରିଷଦ ବିପ୍ଳବ କିଶୋର କାପ, ନତକାଇ ସରପଂଚ ଜୟଦେବ ରାଉତ, ସମିତିସଭ୍ୟା ସରସ୍ୱତୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କଲେଜ କର୍ମଚାରୀ ଅଶୋକ କୁମାର ରାଉତ, ବିଶ୍ୱଜିତ୍ ପୁହାଣ,ଜ୍ୟୋତିରଂଜନ ରଥ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କଲେଜ ଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.