ନିଶାସକ୍ତ ଅଵସ୍ଥା ରେ ମଦ୍ୟପ ହାଇସ୍କୁଲ ଶିକ୍ଷକ।

0

ବାଲେଶ୍ଵର, ସିମୁଳିଆ, ମଇତାପୁର (ଅକ୍ଷୟ କୁମାର ଜେନା) ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏଥି ପ୍ରତି ଗୁରୁତ୍ବ ଦେଉଥିବା ବେଳେ। ମଦ ରାଜ୍ୟ ରେ ବହୁଳ ମାତ୍ରା ରେ ବ୍ୟବହାର ହେଉଥିବା ବେଳେ ଆଗାମୀ ଭବିଷ୍ୟ ଅନ୍ଧକାର ଆଡ଼କୁ ଗତି କରୁଛି। ଏମିତି ଏକ ସ୍ପର୍ଶ କାତର ଘଟଣା ମଇତାପୁର ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଛି। ଗୁରୁ ଙ୍କୁ ଭଗଵାନ ଙ୍କ ରୂପରେ ପୂଜା କରାଯାଏ କିନ୍ତୁ ଶିକ୍ଷକ ଜଣକ ସ୍କୁଲ୍ ୟୁନିଫର୍ମ ରେ କିଛି ସ୍ଥାନୀୟ ଯୁବକ ଙ୍କ ସହ ମାତାଲ୍ ହୋଈ ଦିନ ଦିପହରେ ହୋଟେଲ ରେ ଗଡିବା ସ୍ଥାନୀୟ ଲୋକ ଏବଂ ଅଭିଭାବକ ଙ୍କ ମନରେ କୁଠାରଘାତ କରିଛି। ବହୁ ପୁରାତନ ସ୍କୁଲ୍ ରାଜନୀତି କରଣ ଏବଂ ଏହି ପରି ଅଭଦ୍ର ଶିକ୍ଷକ ଙ୍କ ଯୋଗୁଁ ଅସ୍ତିତ୍ଵ ହରାଇ ବସି ଥିବା ବେଳେ। ପିଲା କି ଶିକ୍ଷା ପାଇବେ ତାହା ଏକ ବଡ ପ୍ରଶ୍ନ। ଶିକ୍ଷକ ଜଣକ ନାମ ସରୋଜ ମଲିକ ସେ ଆଗରୁ ମଧ୍ୟ ଜଣେ ଛାତ୍ରୀ ଙ୍କ ମୋବାଇଲ୍ କୁ ଅଶ୍ଳୀଳ ଭିଡିଓ ପଠାଇ ଦଣ୍ଡିତ ହେବା ସହିତ ଏବେ ମଦ ପି ତଳେ ଗଡ଼ିବା। ସମସ୍ତ ଶିକ୍ଷକ ସମାଜ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ତତ୍ ସହ ଶିକ୍ଷା ବ୍ୟବସ୍ଥା ବଦନାମ୍ ହେଉଛି। ଏହି ଶିକ୍ଷକ କାହା ଛତ୍ର ଛାୟା ତଳେ ଏତେ ଉଦ୍ଧତ ହେଉଛନ୍ତି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅଭିଭାବକ ପିଲା ଙ୍କୁ ଏହି ସରକାରୀ ସ୍କୁଲ୍ କୁ ଛାଡ଼ି ବାକୁ ଅମଙ୍ଗ ହେଲେଣି। ବାକି ରହିଲା ଏଥି ପ୍ରତି ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୁଏ।

Leave A Reply

Your email address will not be published.