ମହିଳା ସ୍ନାତକ ମହାବିଦ୍ୟାଳୟରେ ଦିବଂଗତ ଆଇନଜୀବି ରାମନାଥ ମିଶ୍ରଙ୍କ ବିୟୋଗରେ ଶୋକ ସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ପାରଳାଖେମୁଣ୍ଡି ଅଞ୍ଚଳର ଜଣେ ଲୋକ ପ୍ରିୟ ଆଇନଜୀବି ରାମନାଥ ମିଶ୍ରଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶୋକ ସଭାରେ ଦିଂବଗତ ଆଇନଜୀବି ତଥା ମହିଳା ମହାବିଦ୍ୟାଳୟର ଗଭର୍ଣ୍ଣିଂ କମିଟିର ସଭାପତି ଭାବେ ସ୍ୱର୍ଗତ ମିଶ୍ରଙ୍କ ସଫଳତାର ସହ ନିଜ ଦାୟିତ୍ୱ ସମ୍ପାଦନ କରି ଛାତ୍ରୀ ତଥା କର୍ମଚାରୀଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଥିଲେ ଏବଂ ସର୍ବପରି ଜଣେ ଭଲ ମଣିଷଟିଏ ଥିଲେ ବୋଲି ସ୍ମୃତିଚାରଣ କରାଯାଇଥିଲା।
ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ଦିବଂଗତ ରାମନାଥ ମିଶ୍ର ସ୍ଥାନୀୟ ଓକିଲ ସଂଘର ସଭିପତି ଭାବେ ଦୁଇ ଦଶଂନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଥିବା ବେଳେ ରଥଯାତ୍ରା କମିଟିର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ବୋଲି କହିଥିଲେ।
ଏହି ଶୋକ ସଭାରେ ଅଧ୍ୟାପିକା ବରଦା ଆଚାର୍ଯ୍ୟ, ଅଧ୍ୟାପିକା ନିର୍ମଳା , ମଧୁସ୍ମିତା ପ୍ରଧାନ ଓ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡିତ ପ୍ରମୁଖଙ୍କ ସମତେ ରାଜେଶ ପାତ୍ର ଓ ଛାତ୍ରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.