ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁରଲୁପାଲି ପଞ୍ଚାୟତ କୁରଲୁପାଲି ଗ୍ରାମ ବଜାର ପ୍ରାଙ୍ଗଣ ରେ କୃଷକ ସଂଗଠନ ର ଏକ ବୈଠକ ଗତ 27.10 ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଚାଷୀ ଅସନ୍ତୋଷ ହେବ ସହ ଆଗାମୀ ପଦ୍ମପୁର ବିଧାନସଭା ଉପନିର୍ବାଚନ ରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି l ଅନୁଷ୍ଠିତ ସଭାରେ ସ୍ଥାନୀୟ ଚାଷୀ ନେତା ତଥା ପୂର୍ବତନ ସରପଞ୍ଚ ତୁକାରାମ ପଟେଲ ସଭାପତିତ୍ୱ କରିଥିଲେ ବୈଠକ ରେ ଫସଲ ବୀମା, ବିଜୁଳି ବିଲ ମାଗଣା, ଝାରବନ୍ଧ ଠାରେ ଉଚ୍ଚକ୍ଷମତା ସମ୍ପର୍ଣ ଗ୍ରୀଡ଼ ସ୍ଥାପନ ଆଦି ବିଷୟ ଉପରେ ଆଲୋଚନା କରାଯାଇ ସରକାରଙ୍କ ବୈମାତୃକ ମନୋଭାବ କୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା l ଦାବି ଗୁଡିକ ପୁରଣ ନ କଲେ ଆଗାମୀ ଉପନିର୍ବାଚନ ରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ସଭାରେ ରାଜବୋଡାସମ୍ବର କୃଷକ ସଂଗଠନ ସଭାପତି ଅଶୋକ ସାହୁ, ରମେଶ ମହାପାତ୍ର, କୈଳାଶ ବାରିକ l ପାଇକମାଳ ରୁ ରାହାସ ବିହାରୀ ସାହୁ, ଗୁପତ ବାରିକ, ଭଗବାନ ପଧାନ, ପ୍ରମୋଦ କୁମାର ରାୟ, ସନ୍ତୋଷ ବେହେରା, କ୍ଷମାନିଧି ସାହୁ, ଭଜନ ସଗର ଙ୍କ ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.